ଜିଲ୍ଲା ବିଜେପି ପକ୍ଷରୁ ପିଡିଏସ ଗହମ ଜବତ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ଗରୀବଙ୍କ ପାଇଁ ଉଦ୍ଦିଷ୍ଟ ପିଡିଏସ ଗହମ ଚୋରା ଚାଲାଣ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ ରହିଛି ଯେ ଗୋପ-ଦୁତିଆଳ ରାସ୍ତାରେ ଗରୀବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ୨୧୦ବସ୍ତା ପିଡିଏସ ଗହମ ଜବତ ଘଟଣାର ୧୦ଦିନ ପରେବି ଜିଲ୍ଲା ପ୍ରଶାସନ ପକ୍ଷରୁ କୈାଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାନଯିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ଯୋଗାଣ ବିଭାଗର ଅନେକ ଅଧିକାରୀ ଏହି ଘଟଣାରେ ସଂପୃକ୍ତ ଥିବାର ଅନୁମାନ କରାଯାଉଥିବା ବେଳେ ପ୍ରଶାସନ ପକ୍ଷରୁ କୈାଣସି ଅଧିକାରୀଙ୍କୁ ଏପର୍ଯ୍ୟନ୍ତ ତଦନ୍ତ ପରିସରକୁ ଅଣାଯାଇନାହିଁ । ଯାହା ଫଳରେ ସଂପୃକ୍ତ ଅସାଧୁ ଅଧିକାରୀ ଖସିଯିବାର ସମ୍ଭାବନା ସୃଷ୍ଟି ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ଏଣୁ ବିଜେପି ଏହି ଘଟଣାର ଘୋର ନିନ୍ଦା କରିବା ସହ ଏହି ସମ୍ବେଦନଶୀଳ ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଏଥିରେ ସଂପୃକ୍ତ ଥିବା ଦୋଷୀମାନଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ବିଜେପି ଦାବୀ କରିଛି । ବିଜେପି ପକ୍ଷରୁ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ସୁନାକର ବେହେରା, ଜିଲ୍ଲା ପରିଷଦ ସଭ୍ୟ ଗଣେଶ ଚନ୍ଦ୍ର ସାମଲ, ନେହେରୁ କୁମାର ସାହୁ, ଅଭିମନ୍ୟୁ ଗୋଛାୟତ, ହରେକୃଷ୍ଣ ରାୟ,ସତ୍ୟପ୍ରକାଶ ପଣ୍ଡା, ବଳରାମ ବେହେରା ପ୍ରମୁଖ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ