ଜିଲ୍ଲା ବିଜେପି ପକ୍ଷରୁ ବିଜୟ ଦିବସ ପାଳନ

ବ୍ର୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ): ଭାରତୀୟ ଜନତା ପାର୍ଟୀ “ଏକ ଦେଶ ଏକ ସରକାର ଏକ ସମ୍ବିଧାନ” ସ୍ଲୋଗାନ ଦେଇ ଆସୁଥିବାବେଳେ ସୋମବାର ମୋଦୀ ସରକାରଙ୍କ ଐତିହାସିକ ପଦକ୍ଷେପ ଜାମ୍ମୁ କାଶ୍ମୀରରୁ ୩୭୦ ଓ ୩୫-ଏ ଧାରା ଉଚ୍ଛେଦ ସହିତ ଜାମ୍ମୁ କାଶ୍ମୀର ଓ ଲଦାଖକୁ ଦୁଇଟି ପୃଥକ କେନ୍ଦ୍ର ଶାସିତଅଞ୍ଚଳ ଭାବେ ଘୋଷଣା କରିଥିଲେ । ସମଗ୍ର ଭାରତ ବର୍ଷର ଜନସାଧାରଣ ଏହି ପଦକ୍ଷେପକୁ ସ୍ୱାଗତ କରିଥିବାବେଳେ ବିଜେପି କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହର ଲହରୀ ଖେଳିଯାଇଛି ।
କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରି ଗଞ୍ଜାମ ଜିଲ୍ଲା ସମସ୍ତ ବିଜେପି କାର୍ଯ୍ୟକର୍ତ୍ତାମାନେ ଗାନ୍ଧୀନଗର ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ଏକତ୍ରିତ ହୋଇ ବାଣ ଫୁଟାଇ ମିଷ୍ଟାନ ବାଣ୍ଟି ଉତ୍ସବ ପାଳନ କରିଛନ୍ତି । ଉକ୍ତ କାର୍ଯକ୍ରମରେ ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସି ପାତ୍ର, ରାଜ୍ୟ ସଂପାଦକ ବିଭୁତି ଜେନା, ଜିଲ୍ଲା ସଭାପତି କାହ୍ନୁ ଚରଣ ପତିଙ୍କ ସମେତ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ