ଜିଲ୍ଲା ବୋଇତ ବନ୍ଦାଣ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ବୋଇତ ବନ୍ଦାଣ ସମିତି ପକ୍ଷରୁ ସ୍ଥାନୀୟ ଗରାପୁର ସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ପୁରାଣ ପ୍ରସିଦ୍ଧ ୫୩ତମ ବୋଇତ ବନ୍ଦାଣ ମହୋତ୍ସବ ପାଳନ ଉପଲକ୍ଷେ ରବିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସମିତିର ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଆସନ୍ତା ବୋଇତ ବନ୍ଦାଣ ମହୋତ୍ସବ ପାଳନ ସମ୍ପର୍କରେ ବିଷଦ ଭାବେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କୋଭିଡ ନିୟମ ଅନୁପାଳନ ପୂର୍ବକ ଉତ୍ସବ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ଅବସରରେ ସମିତିର ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇ ମୁଖ୍ୟ ଉପଦେଷ୍ଟା ଭାବେ ପ୍ରଦୀପ କୁମାର ମହାନ୍ତି, ସଭାପତି ଭାବେ ଚିନ୍ମୟ ପ୍ରସାଦ ବେହୁରା, ଉପସଭାପତି ବୈଷ୍ଣବ ଚରଣ ପ୍ରଧାନ ଓ ଗୋଲେଖ ଚନ୍ଦ୍ର ପଢିଆରୀ, ସମ୍ପାଦକ ସଞ୍ଜୟ କୁମାର ରାଉତ, ସହସମ୍ପାଦକ ରବିନ୍ଦ୍ର ନାଥ ରଥ ଓ କମଳାକାନ୍ତ ବେହେରା, କାର୍ଯ୍ୟାଳୟ ସମ୍ପାଦକ ଶରତ ଚନ୍ଦ୍ର ଧଳ, ବ୍ୟବସ୍ଥାପକ ମୁକ୍ତାର ଖାଁ ଓ ରବିନାରାୟଣ ମହାନ୍ତି, ସାଂସ୍କୃତିକ ସମ୍ପାଦକ ମନୋଜ କୁମାର ଦାସ ଓ ବିନିରାଣୀ ଖଟୁଆ, ଯୁଗ୍ମ ସମ୍ପାଦକ ହିମାଂଶୁ ଦାସ, ସରୋଜକାନ୍ତ ସାହୁ ଓ ଅଶୋକ କୁମାର ସାହୁ, ଗଣମାଧ୍ୟମ ସମ୍ପାଦକ ଚିତ୍ତରଞ୍ଜନ ଦାସ ଓ ଲକ୍ଷ୍ମୀକାନ୍ତ ନାୟକ, ସଂଗଠନ ସମ୍ପାଦକ ଦିବ୍ୟଜ୍ୟୋତି ପରିଡା ଓ ସୈାମ୍ୟରଞ୍ଜନ ପଟ୍ଟନାୟକ, ସଂଯୋଜକ ସୁବାଷ ପାତ୍ର ଓ ଗୋପାଳ କୃଷ୍ଣ ଜେନା, କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ, ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଭାବେ ଡା. ବିଶ୍ୱପ୍ରକାଶ କାନୁନଗୋ. ମହମ୍ମଦ ଆକବର ଅଲ୍ଲୀ, ଭାବଗ୍ରାହୀ କର, ସୋମନାଥ ସାହୁ ଓ ଅନ୍ନପୂର୍ଣ୍ଣା ମହାନ୍ତିଙ୍କୁ ନିର୍ବାଚିତ କରାଯାଇଥିଲା । ସମିତିର ନୂତନ ସଭ୍ୟ ଭାବେ ଦିବ୍ୟଜ୍ୟୋତି ପରିଡା, ଡଃ. ଚୈତନ୍ୟ ପରିଡା, ଅଳକାରାଣୀ ନାୟକ, କମଳନୟନ ଦାସ, ମମତା ସେଠୀ, ନଳିନୀକାନ୍ତ ଦାସ, ରାଜେନ୍ଦ୍ର ମହାପାତ୍ର ଓ ଅମରେଶ ରଥଙ୍କୁ ଗ୍ରହଣ କରାଯାଇଥିଲା । ଆଶ୍ରମର ପ୍ରତିଷ୍ଠାତା ଶ୍ରୀ ମା ସ୍ୱାମୀ ଦିବ୍ୟସୁରୂପାନନ୍ଦ ସରସ୍ୱତୀ ସମସ୍ତଙ୍କୁ ଅଶ୍ରୀର୍ବଚନ ପ୍ରଦାନ କରିଥିଲେ ।


