ଜିଲ୍ଲା ବୋଇତ ବନ୍ଦାଣ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ବୋଇତ ବନ୍ଦାଣ ସମିତି ପକ୍ଷରୁ ସ୍ଥାନୀୟ ଗୋକୁଳ ଚନ୍ଦ୍ର ସଂଗୀତ ସଦନ ପରିସରରେ ୫୩ତମ ବୋଇତ ବନ୍ଦାଣ ମହୋତ୍ସବ ପାଳନ ପାଇଁ ବୁଧବାର ସନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସମିତିର ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଆସନ୍ତା ବୋଇତ ବନ୍ଦାଣ ମହୋତ୍ସବକୁ ସରସ ସୁନ୍ଦର ଭାବେ ପାଳନ କରାଯିବା ସମ୍ପର୍କରେ ବିଷଦ ଭାବେ ଆଲୋଚନା କରାଯାଇଥିଲା । ଏଥିସହିତ ଜିଲ୍ଲାର ଓ.ଏ.ଏସ. ପାଇଥିବା ୫ଜଣଙ୍କୁ ସ୍ୱର୍ଗତ ମହେଶ କର ସମ୍ମାନ, ଜଣେ ଡାକ୍ତରଙ୍କୁ ସମିତିର ଉପଦେଷ୍ଟା ସ୍ୱର୍ଗତ ଡା. ଅଲେଖ ଚନ୍ଦ୍ର ଦାସଙ୍କ ସ୍ମୃତି ସମ୍ମାନ, ୫ଜଣ କୃତି ହାଇସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ପୂର୍ବତନ ବିଧାୟକ ସ୍ୱର୍ଗତ ଇନ୍ଦ୍ରମଣୀ ରାଉତ ସମ୍ମାନ ଓ ବିଭିନ୍ନ ସଂଗୀତ ଏବଂ କଳା ଅନୁଷ୍ଠାନର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଚଳିତବର୍ଷ ସମ୍ପାଦନ କରିବା ପାଇଁ ମୁକ୍ତାର ଖାଁଙ୍କ ଅଧ୍ୟକ୍ଷତାରେ ଗୋଲେଖ ଚନ୍ଦ୍ର ପଢିଆରୀ, ସମ୍ପାଦକ ସଞ୍ଜୟ କୁମାର ରାଉତ, ଚିତ୍ତରଞ୍ଜନ ଦାସ, ରବିନାରାୟଣ ମହାନ୍ତି, ଅଶୋକ ସାହୁ, ହିମାଂଶୁ ଦାସ, ସରୋଜକାନ୍ତ ସାହୁ, ସୈାମ୍ୟରଞ୍ଜନ ପଟ୍ଟନାୟକ,ବିନିରାଣୀ ଖଟୁଆଙ୍କୁ ନେଇ ଏକ ୧୦ ଜଣିଆ କମିଟି ଗଠନ କରାଯାଇଥିଲା । କୋଭିଡ ନିୟମ ଅନୁପାଳନ ପୂର୍ବକ ଏହି ଉତ୍ସବ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ ସମିତିର ସଭାପତି ଚିନ୍ମୟ ପ୍ରସାଦ ବେହୁରା, ଉପସଭାପତି ବୈଷ୍ଣବ ଚରଣ ପ୍ରଧାନ, କମଳାକାନ୍ତ ବେହେରା, ଶରତ ଚନ୍ଦ୍ର ଧଳ, ସୁବାଷ ପାତ୍ର, ପ୍ରଫୁଲ୍ଲ କୁମାର ଦାସ, ମହମ୍ମଦ ଆକବର ଅଲ୍ଲୀ, ଭାବଗ୍ରାହୀ କର, ମମତା ସେଠୀ, ଗୈାରାଙ୍ଗ ଚରଣ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ