ଜିଲ୍ଲା ବୋଇତ ବନ୍ଦାଣ ସମିତି ସାଙ୍କେତିକ ଭାବେ ପାଳନକଲା ବୋଇତ ବନ୍ଦାଣ ଉତ୍ସବ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ବୋଇତ ବନ୍ଦାଣ ସମିତି ସାଙ୍କେତିକ ଭାବେ ପାଳନ କରିଛି ବୋଇତ ବନ୍ଦାଣ ଉତ୍ସବ । ସମିତି ଦୀର୍ଘ ୫୨ବର୍ଷ ଧରି ଜିଲ୍ଲାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିଆସିଥିବା ବେଳେ ଚଳିତବର୍ଷ ମହାମାରୀ କରୋନା ଯୋଗୁଁ ତା’ର ସମସ୍ତ କାର୍ଯ୍ୟକ୍ରମକୁ କାଂଟଛାଂଟ କରି କେବଳ ପରମ୍ପରା ଦୃଷ୍ଟିରୁ ସିମିତ କାର୍ଯ୍ୟକ୍ରମ ଭିତରେ କୋଭିଡ ନିୟମକୁ ପାଳନ ପୂର୍ବକ କେତେକ ଆଗଧାଡିର କରୋନା ହିରୋଙ୍କୁ ସମ୍ବର୍ଦ୍ଧିତ କରିଛି । ଏହି ଅବସରରେ ଗରାପୁରସ୍ଥିତ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ସମିତିର ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଙ୍କେତିକ ନିରାଡମ୍ବର ଉତ୍ସବରେ ତଅପୋଇ ଭାବରେ ଯୋଗଦେଇଥିବା କୁନିଝିଅ ଗୁଞ୍ଜନ କର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ସାଧବପୁଅ ଭାବେ ପ୍ରଥମେ ପାରମ୍ପାରିକ ରୀତିନୀତିରେ ବନ୍ଦାପନା କରିଥିଲେ । ଏହାପରେ ଜିଲ୍ଲାପାଳ ଶ୍ରୀ ବର୍ମା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ତଥା ପୈାରସଂସ୍ଥାର ସ୍ୱାସ୍ଥ୍ୟ ଅଧିକାରୀ ଡା.ବୀରେନ୍ଦ୍ର କୁମାର ଦାସ, ପୁରୁଣା ବସଷ୍ଟାଣ୍ଡ ଫାଣ୍ଡୀର ହାବିଲଦାର ନରେନ୍ଦ୍ରନାଥ ସୋରେନ, ସମାଜସେବୀ ସନ୍ତୋଷ କୁମାର ବେହେରା, ପୈାରସଂସ୍ଥା କର୍ମଚାରୀ ଭୂବନ ମୋହନ କାନୁନଗୋ, ଅଶୋକ କୁମାର ସାହୁ, ସଞ୍ଜୀବ କୁମାର ମହାନ୍ତି, ମାନସରଞ୍ଜନ ମହାନ୍ତି, ସ୍ୱାସ୍ଥ୍ୟ ବିଭାଗର କୋଭିଡ ନମୁନା ସଂଗ୍ରହକାରୀ ଦୀପାଞ୍ଜଳି ଶତପଥୀ ଓ ଶଶୀରେଖା ସ୍ୱାଇଁ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ରମାକାନ୍ତ ପ୍ରଧାନ, ଭିକାରୀ ଚରଣ ଜେନା ଓ ଶିବ ପ୍ରସାଦ ନାୟକ ପ୍ରମୁଖ ୧୨ଜଣଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ କରୋନା ଯୋଦ୍ଧା ଭାବରେ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମିତିର ସଭାପତି ତଥା ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ସମ୍ପାଦକ ସଞ୍ଜୟ କୁମାର ରାଉତ ଓ ସାମ୍ବାଦିକ ସୋମନାଥ ସାହୁ ପ୍ରମୁଖ ଓଡିଶାର ନୈାବାଣିଜ୍ୟ ପରମ୍ପରା ସମ୍ପର୍କରେ ଅଭିଭାଷଣ ରଖିଥିଲେ । ଗୋଲଖ ଚନ୍ଦ୍ର ପଢିହାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଦସ୍ୟ ପ୍ରଫୁଲ୍ଲ କୁମାର ଦାସ, ଚିତ୍ତରଞ୍ଜନ ଦାସ, ବିନୀରାଣୀ ଖଟୁଆ, ବୈଷ୍ଣବ ପ୍ରଧାନ, ଶରତ ଚନ୍ଦ୍ର ଧଳ, ହିମାଂଶୁ ଦାସ, ସୈାମ୍ୟରଞ୍ଜନ ପଟ୍ଟନାୟକ, ସରୋଜକାନ୍ତ ସାହୁ, ଲକ୍ଷ୍ମୀକାନ୍ତ ନାୟକ ଓ ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।