ଜିଲ୍ଲା ବୋଇତ ବନ୍ଦାଣ ସମିତିର ଜିଲ୍ଲା ସ୍ତରୀୟ ପ୍ରତିଯୋଗୀ ସମାବେଶ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ବୋଇତ ବନ୍ଦାଣ ସମିତି,କେନ୍ଦ୍ରାପଡାର ଏକ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀ ସମାବେଶ ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ଗୋପସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗୀ ସମାବେଶରେ କଲେଜ, ହାଇସ୍କୁଲ, ପ୍ରାଥମିକ ବିଦ୍ୟାଳୟର ଜୁନିଅର ଓ ସବଜୁନିଅର ସ୍ତରୀୟ ପ୍ରତିଯୋଗୀତାରେ ବକ୍ତୃତାରେ ୪୮, ସଂଗୀତରେ ୫୬, ଚିତ୍ରକଳାରେ ୨୪୫, ମେହେନ୍ଦୀରେ ୨୭ ଏବଂ ଝୋଟି(ମୁରୁଜ)ରେ ୩୫ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି ସମସ୍ତ ପ୍ରତିଯୋଗୀତା ଗୁଡିକରେ ବିଚାରକ ଭାବେ ଅଧ୍ୟାପକ ଚୈତନ୍ୟ ଚରଣ ପରିଡା, ବୈଷ୍ଣବ ଚରଣ ପ୍ରଧାନ, ଭାଗିରଥୀ ଜେନା, ସନ୍ତୋଷ କର, ସୁଶିଲ ସୁତାର, ଲିପସା ଦାସ, ସୁଚିସ୍ମିତା ଜେନା, ସୁବାଷ ପାତ୍ର, ପ୍ରଫୁଲ୍ଲ ଦାସ, ଚିତ୍ତରଞ୍ଜନ ଦାସ, ଦୀନେଶ ବେହେରା, ସରୋଜ କୁମାର ଦାସ, ବିନିରାଣୀ ଖଟୁଆ, ଜ୍ୟୋତିର୍ମୟୀ ମହାନ୍ତି, ମିନତୀ ପ୍ରଭା ସ୍ୱାଇଁ, ପ୍ରଭାତି ଧଳ,କସ୍ତୁରୀ ପଢିଆରୀ, ଶରତ ଚନ୍ଦ୍ର ଧଳ, ଅଦୈତ କୁମାର ଦାସ ପ୍ରମୁଖ ଯୋଗଦେଇଥିଲେ । ଉପସଭାପତି ରବିନାରାୟଣ ମହାନ୍ତି, ସାଂଗଠନିକ ସମ୍ପାଦକ ସୈାମ୍ୟରଞ୍ଜନ ପଟ୍ଟନାୟକ, ଗୋଲଖ ଚନ୍ଦ୍ର ପଢିଆରୀ, ରାଜେନ୍ଦ୍ର ମହାପାତ୍ର, ବିନିରାଣୀ ଖଟୁଆ, ଅମରିନ ସାହାଦତ, ସରୋଜ କୁମାର ସାହୁ, କୃପାସିନ୍ଧୁ ମଲିକ, ଦୁଷ୍ମନ୍ତ ବେହେରା, ପ୍ରଭାତ ବେହେରା, କମଳାକାନ୍ତ ବେହେରା, ବଳରାମ ଦାସ, ତନ୍ମୟ ମହାରଣା, ଦିପାଞ୍ଜଳି ସାହୁ, ସୋନାଲି ତରାଇ, ଅମନ୍ ସାହାଦତ, ଲକ୍ଷ୍ମୀକାନ୍ତ ନାୟକ ପ୍ରମୁଖ ପ୍ରତିଯୋଗୀତା ପରିଚାଳନା କରିଥିଲେ । ଏହି ପ୍ରତିଯୋଗୀତାର ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ଆସନ୍ତା ୮ତାରିଖ ପୂର୍ବାହ୍ନ ୧୦ଘଟିକା ସମୟରେ ପୈାର ଟାଉନହଲ ପରିସରରେ ଅନୁଷ୍ଠିତ ଉତ୍ସବରେ ପୁରସ୍କୃତ କରାଯିବ । ସମିତିର ସଭାପତି ଚିନ୍ମୟ ପ୍ରସାଦ ବେହୁରା, ମହମ୍ମଦ ଆକବର ଅଲ୍ଲୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତି ଅନୁଧ୍ୟାନ କରିଥିଲେ । ସମିତି ଆନୁକୂଲ୍ୟରେ ୫୪ତମ ବୋଇତ ବନ୍ଦାଣ ଉତ୍ସବ କପାଳେଶ୍ୱର ଗ୍ରାମପଞ୍ଚାୟତର ଜଜାଙ୍ଗସ୍ଥିତ ଆଦର୍ଶ ପୋଖରୀରେ ଆସନ୍ତା ୮ତାରିଖ ସକାଳ ସାଢେ୭ଟା ସମୟରେ ଏବଂ ନୃତ୍ୟ ପ୍ରତିଯୋଗୀତା ସାଢେ ୮ଟା ସମୟରେ ଟାଉନହଲ ପରିସରରେ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ