ଜିଲ୍ଲା ବ୍ରାହ୍ମଣ ସମିତିରେ ବିଶ୍ୱ ବ୍ରାହ୍ମଣ ଦିବସ ପାଳନ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ବ୍ରାହ୍ମଣ ସମିତି ପକ୍ଷରୁ ଦାମୋଦରପୁରସ୍ଥିତ ସମିତି କାର୍ଯ୍ୟାଳୟରେ ରବିବାର ଦିନ ପୂର୍ବାହ୍ନରେ ବିଶ୍ୱ ବ୍ରାହ୍ମଣ ଦିବସ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ଡା. ଶ୍ରୀଶ କୁମାର ଦାଶ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ସମିତିର ସାଧାରଣ ସଂପାଦକ ଗୌରଚନ୍ଦ୍ର ଦାଶ ଓ ଶାନ୍ତିସ୍ୱରୂପ ମିଶ୍ର ବିଶ୍ୱ ବ୍ରାହ୍ମଣ ଦିବସର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ । ମାନବ ସମାଜରେ ଶାନ୍ତି ଓ ସଦ୍‌ଭାବନା ପ୍ରତିଷ୍ଠା କରିବା ଦିଗରେ ବିଶ୍ୱବ୍ରାହ୍ମଣ ସମାଜର ଅବଦାନ ସଂପର୍କରେ ଡ. କ୍ଷିତିଶ୍ୱର ଦାଶ, ଚନ୍ଦ୍ରାଂଶୁ ବାନାର୍ଜୀ, କୃଷ୍ଣ ଚନ୍ଦ୍ର ପତ୍ରି ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ସରକାରୀ ଅନୁଦାନରେ ନିର୍ମାଣାଧିନ ଜିଲ୍ଲା କାର୍ଯ୍ୟାଳୟର ଅଗ୍ରଗତି ଓ ଆୟବ୍ୟୟର ହିସାବ ସଂପାଦକ ଓ କୋଷାଧ୍ୟକ୍ଷ ଉପସ୍ଥାପନ କରିଥିଲେ । ସଦସ୍ୟମାନଙ୍କ ସହାୟତା ଅର୍ଥରେ ଏହି ନିର୍ମାଣ କାର୍ଯ୍ୟ ଚାଲୁଥିବା ସଂପର୍କରେ ଓ ମଂଜୁରୀପ୍ରାପ୍ତ ଅର୍ଥ ସରକାରଙ୍କ ଠାରୁ ମିଳିନଥିବାରୁ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରି ନଥିବାର ଜଣାଗଲା । ତେଣୁ ସଂପୃକ୍ତ ବିଭାଗୀୟ ସରକାରୀ ଅଧିକାରୀଙ୍କୁ ଆବଶ୍ୟକ ର୍କାଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବୈଠକରେ ନିବେଦନ କରାଯାଇଛି । ଜିଲ୍ଲାର ବିଭିନ୍ନ ବ୍ଲକ୍‌ର ସାଂଗଠନିକ ସ୍ଥିତି ସଂପର୍କରେ ସାଧାରଣ ସଂପାଦକ ଶ୍ରୀ ଦାଶ, ଉପସଭାପତି ଡ. ଗୌରସାଧନ ମିଶ୍ର ଓ ରମାକାନ୍ତ ଦିକ୍ଷୀତ୍ ବୈଠକରେ ଆଲୋକପାତ କରିଥିଲେ ।ଜିଲ୍ଲା ସଂଗଠନକୁ ଅଧିକ ଶୃଙ୍ଖଳିତ ଓ ସଂଗଠିତ କରିବାପାଇଁ ପଣ୍ଡିତ ସୂର୍ଯ୍ୟନାରାୟଣ ଷଡ଼ଙ୍ଗୀ, କୃଷ୍ଣଚନ୍ଦ୍ର ପତ୍ରି ଓ ଗୌରାଙ୍ଗ ପାଣିଗ୍ରାହୀଙ୍କ ପ୍ରସ୍ତାବ ବୈଠକରେ ଗୃହୀତ ହୋଇଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ଓ ବେଦପାଠ ପରେ ନୀଳଗିରି ନଗର କମିଟିର ସଭାପତି ବିଜୟ ତ୍ରିପାଠୀଙ୍କ ଅକାଳ ବିୟୋଗରେ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଓ ବାହାନଗା ରେଳଦୁର୍ଘଟଣା ଆଜିର ଦିନରେ ଗତବର୍ଷ ଗତବର୍ଷ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ଡ. କ୍ଷିତିଶ୍ୱର ଦାଶଙ୍କ ପିତୃ ଶ୍ରାଦ୍ଧ ଦିବସ ଅବସରରେ ସେ ଉପସ୍ଥିତ ବ୍ରାହ୍ମଣମାନଙ୍କୁ ଦକ୍ଷିଣା ପ୍ରଦାନ କରି ଆଶୀର୍ବାଦ ଭିକ୍ଷା କରିଥିଲେ ।ଏହି କାର୍ଯ୍ୟକ୍ରମରେ ନିରାକାର ଦାଶ, ନିରଞ୍ଜନ ମହାପାତ୍ର, ଅଭିମନ୍ୟୁ ପଣ୍ଡା, ବୀରେନ୍ଦ୍ର କୁମାର କର, ବୈଦ୍ୟନାଥ ଆଚାର୍ଯ୍ୟ, କ୍ଷିତିଶ ଚନ୍ଦ୍ର ପଣ୍ଡା, ପୁଣ୍ୟଶ୍ଳୋକ ନନ୍ଦ, ଲକ୍ଷ୍ମୀକାନ୍ତ ନନ୍ଦ, ରବୀନ୍ଦ୍ର ପାଣିଗ୍ରାହୀ, ରବି କୁମାର ପାଣିଗ୍ରାହୀ, ନାରାୟଣ କର ଓ ମାନସ କର ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ । ଗୌର ସାଧନ ମିଶ୍ର ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ