ଜିଲ୍ଲା ବ୍ରାହ୍ମଣ ସମିତିର ଏକାଦଶ ବାର୍ଷିକ ସମ୍ମିଳନୀ

ବାଲେଶ୍ୱର, ( ଯୁଗାବ୍ଦ ନ୍ୟୁଜ୍) :  ଜିଲ୍ଲା ବ୍ରାହ୍ମଣ ସମିତିର ୯୩ତମ ଅଧିବେଶନ ଦାମୋଦରପୁର ସ୍ଥିତ କାର୍ଯ୍ୟାଳୟରେ ସଭାପତି ଡା: ଶ୍ରୀଶ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଡ. କ୍ଷିତିଶ୍ୱର ଦାଶ ବେଦପାଠ କରିଥିଲେ । ସାଧାରଣ ସଂପାଦକ ଉପସ୍ଥିତମାନଙ୍କୁ ସ୍ୱାଗତ ଜଣାଇ ପୂର୍ବ ଅଧିବେଶନର ବିବରଣୀ ପାଠ କରିଥିଲେ ଏବଂ ତାହା ଗୃହୀତ ହୋଇଥିଲା । ସାଧାରଣ ନିର୍ବାଚନ କାରଣରୁ ଚଳିତବର୍ଷ ବାର୍ଷିକ ଯଜ୍ଞ ଓ ଜିଲ୍ଲା ସମ୍ମିଳନୀ ଧାର୍ଯ୍ୟ ସମୟରେ ହୋଇପାରିନଥିବାରୁ ଆସନ୍ତା ଜୁଲାଇ ୧୪ରେ ସମିତି କାର୍ଯ୍ୟାଳୟରେ ଯଜ୍ଞ ଓ ୧୫ରେ ଗାନ୍ଧୀସ୍ମୃତିଭବନରେ ଜିଲ୍ଲା ସମ୍ମିଳନୀ ଓ ରାଜ୍ୟସ୍ତରୀୟ ବ୍ରାହ୍ମଣ ମହାସଭା ଅନୁଷ୍ଠିତ ହେବାକୁ ସିଦ୍ଧାନ୍ତ ନିଆଯାଇଅଛି । ପୂର୍ବବର୍ଷଭଳି ଚଳିତବର୍ଷ ମୁଖପତ୍ର ‘ବ୍ରହ୍ମଶକ୍ତି’ ସମ୍ମିଳନୀରେ ଉନ୍ମୋଚିତ ହେବ । ଚଳିତ ଜୁଲାଇ ୧୪ରେ ବିଶ୍ୱଶାନ୍ତି ଯଜ୍ଞକର୍ମ ଓ ସନ୍ଧ୍ୟାରେ ଦ୍ୱିଜ ସମ୍ମିଳନୀ ଅନୁଷ୍ଠିତ ହେବ । ଉକ୍ତ କର୍ମର ସୁପରିଚାଳନା ପାଇଁ ପଣ୍ଡିତ ଲକ୍ଷ୍ମୀଧର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପଣ୍ଡିତ ଶକ୍ତିପଦ ପଣ୍ଡା, କୃଷ୍ଣଚନ୍ଦ୍ର ପତ୍ରୀ, ବୁଦ୍ଧିରାମ ପାଣିଗ୍ରାହୀ, ସର୍ବେଶ୍ୱର ପତି ଦାୟିତ୍ୱ ବହନ କରିବାକୁ ନିଷ୍ପତ୍ତି ଗୃହୀତ ହୋଇଅଛି । ଜୁଲାଇ ୧୫ ସୋମବାର ଦିନ ୧୦ଘଟିକାରୁ ଜିଲ୍ଲା ବ୍ରାହ୍ମଣ ସମିତିର ଏକାଦଶ ବାର୍ଷିକ ସମ୍ମିଳନୀ ଆନୁଷ୍ଠାନିକ ଭାବେ ଗାନ୍ଧୀସ୍ମୃତି ଭବନରେ ଉଦ୍ଘାଟିତ ହେବ । ଏବଂ ଧାର୍ଯ୍ୟ କାର୍ଯ୍ୟସୂଚୀମତେ ସମ୍ମିଳନୀ କାର୍ଯ୍ୟ ପରିଚାଳିତ ହେବ । ଉପରୋକ୍ତ କାର୍ଯ୍ୟର ସମ୍ପାଦନ ଓ ସୁସ୍ଥ ପରିଚାଳନା ପାଇଁ ଆବଶ୍ୟକୀୟ ଅର୍ଥ ପ୍ରତି ବ୍ଲକ୍ ଓ ପୌରପାଳିକାର  ସଭ୍ୟ, ଆଜୀବନ ସଭ୍ୟ ଓ ଜିଲ୍ଲା ସମିତିର କାର୍ଯ୍ୟକର୍ତ୍ତା ଏବଂ ଜିଲ୍ଲାର ବିଶିଷ୍ଟ ବଦାନ୍ୟ ବ୍ୟକ୍ତିମାନେ ଉକ୍ତ ମହତ କାର୍ଯ୍ୟରେ ଦାନ କରିବାକୁ ସମିତି ତରଫରୁ ଅନୁରୋଧ କରାଯାଇଛି । ବୈଠକରେ ଉପସ୍ଥିତ ଥିବା କେତେକ ସଭ୍ୟ ସମ୍ମିଳନୀ ପାଇଁ ସେମାନଙ୍କର ଦାନ ବୈଠକରେ ପ୍ରଦାନ କରିଛନ୍ତି । ଆସନ୍ତା ଜିଲ୍ଲାସମ୍ମିଳନୀର ସଫଳତା ପାଇଁ ସାଧାରଣ ସଂପାଦକ ଗୌରଚନ୍ଦ୍ର ଦାଶ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ କାମନା କରିଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସର୍ବେଶ୍ୱର ପତି, ହରେକୃଷ୍ଣ ପଣ୍ଡା, ରାଧାକୃଷ୍ଣ ଆଚାର୍ଯ୍ୟ, କ୍ଷିତିଶ ଚନ୍ଦ୍ର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବୈଦ୍ୟନାଥ ଆଚାର୍ଯ୍ୟ, ବୁଦ୍ଧିରାମ ପାଣିଗ୍ରାହୀ, ନିରାକାର ଦାଶ, ପୂଣ୍ୟଚନ୍ଦ୍ର ନନ୍ଦ, ହରିବନ୍ଧୁ କର, ପ୍ରଶାନ୍ତ ଶତପଥୀ, ପ୍ରଦୀପ ଚକ୍ରବର୍ତ୍ତୀ, ଲକ୍ଷ୍ମୀକାନ୍ତ ନନ୍ଦ, ଦିଲ୍ଲୀପ କୁମାର ଦାସ ଓ ଅନ୍ୟମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ