ଜିଲ୍ଲା ମଦ୍ରାସା ଶିକ୍ଷକ ସଂଘର ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ବଡହାଟସ୍ଥିତ ମଦ୍ରାସା ଆରବିୟା ତାଲିମୁଲ ଇସଲାମ୍‌ରେ କେନ୍ଦ୍ରାପଡା ଜିଲ୍ଲା ମଦ୍ରାସା ଶିକ୍ଷକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସୟଦା ସୁହିଲ୍ ଅଖତରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ସମସ୍ତ ମଦ୍ରାସାମାନଙ୍କର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ । ସଭାପତି ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଉର୍ଦ୍ଦୁ ଭାଷା ମିଳିତ ସଂଘ (ୟୁଏନ୍‌)ରେ ମାନ୍ୟତା ପାଇଥିବାରୁ ସମସ୍ତେ ଖୁସିବ୍ୟକ୍ତ କରିଥିଲେ । ସଭାପତି ଉର୍ଦ୍ଦୁ ଭାଷାର ଗୁରୁତ୍ୱ ବିଷୟରେ ସମସ୍ତଙ୍କୁ ବୁଝାଇବା ସହ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏନ୍‌ସିପିସିଆର୍‌)ର ଚିଠି ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ । ଏହା ଉପରେ ସମସ୍ତେ ଆଲୋଚନା କରି ନିଷ୍ପତ୍ତି ଗ୍ରହଣ କଲେ ଯେ ଓଡିଶା ରାଜ୍ୟ ପାଇଁ ଏହା ପ୍ରଯୁଜ୍ୟ ନୁହେଁ । ଏହା କେବଳ ଏକ ଭ୍ରାନ୍ତ ଧାରଣା । ଆମ ରାଜ୍ୟର ସମସ୍ତ ମଦ୍ରାସା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ହିନ୍ଦୀ, ସଂସ୍କୃତ ଓ ସ୍ୱତନ୍ତ୍ର ଶିକ୍ଷାରେ ଅନ୍ତର୍ଭୁକ୍ତ । ଏହି ମଦ୍ରାସାଗୁଡିକ ଉର୍ଦ୍ଦୁ ମିଡିୟମ୍‌ର ବିଦ୍ୟାଳୟ । ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡିଶା ସରକାରଙ୍କ ବହି ପ୍ରଚଳିତ ରହିଛି । ଏଥିରେ ଓଡିଆ, ଉର୍ଦ୍ଦୁ, ଇଂରାଜୀ ଏବଂ ଆରବି ଭାଷା ପଢାଯାଇଥାଏ । ଅନ୍ୟ ବିଷୟଗୁଡିକ ଯଥା ଗଣିତ,ବିଜ୍ଞାନ, ଭୂଗୋଳ, ଇତିହାସ ଏବଂ ସାହିତ୍ୟ ମଧ୍ୟ ପଢାଯାଏ । ଏହି ସଭାରେ ସଭାପତି ସୟଦା ସୁହିଲ୍ ଅଖତରଙ୍କ ସମେତ ଉପସଭାପତି ମହମ୍ମଦ ଜାହାଙ୍ଗିର୍‌, ସହକାରୀ ସମ୍ପାଦକ ସେକ୍ ମହମ୍ମଦ ଫାରୁକ୍‌, କୋଷାଧ୍ୟକ୍ଷ ସେକ୍ ଲିୟାକତ୍ ହୁସେନ୍‌, ସେକ୍ ଫକିରୁଦ୍ଦିନ୍‌, ସେକ୍ ସିକନ୍ଦର, ମୁବାରକ ଖାନ୍‌, ଅବଦୁଲ ହଲିମ୍‌, ସିଆର୍‌ସିସି ସେକ୍ ଅସଗର ଅଲ୍ଲୀ ଓ ସେକ୍ ଫାୟାଜୁଦ୍ଦିନ ଏବଂ ଜିଲ୍ଲାର ମଦ୍ରାସା ଗୁଡିକର ସମସ୍ତ ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ