ଜିଲ୍ଲା ମାଇନରିଟି ୱେଲଫେୟାର ଅର୍ଗାନାଇଜେସନ ଗଠିତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ବହୁ ସଂଖ୍ୟାଲଘୁ ସଂପ୍ରଦାୟ ପରିବାର ଗରିବ ହୋଇଥିବା ବେଳେ ସେମାନଙ୍କର ଝିଅମାନଙ୍କର ବିବାହ କ୍ଷେତ୍ରରେ ଆର୍ôଥକ ପ୍ରତିବନ୍ଧକ ଦେଖା ଦେଇଛି । ଏହା ସହିତ ସଂଖ୍ୟାଲଘୁ ସଂପ୍ରଦାୟର ଗରିବ ଲୋକମାନେ ଛୋଟ ବଡ ରୋଗ ହେଲେ ଚିକିତ୍ସାର ସୁବିଧା ପାଇପାରୁନାହାନ୍ତି । ଏହି ଅବସରରେ ଜିଲ୍ଲାରେ କେତେକ ବଦାନ୍ୟ ସମାଜସେବୀ ବ୍ୟକ୍ତିଙ୍କୁ ନେଇ ‘ଡଷ୍ଟ୍ରିକ୍ଟ୍ ମାଇନରିଟି ୱେଲଫେୟାର ଅର୍ଗାନାଇଜେସନ’ ନାମକ ଏକ ନୂତନ ସ୍ୱେଚ୍ଛାସେବୀ ସଂଗଠନ ଗଠନ କରାଯାଇଛି । ଏହି ସଂଗଠନକୁ ସରକାରଙ୍କ ନିକଟରେ ଖୁବ୍ ଶୀଘ୍ର ପଞ୍ଜିକରଣ କରାଯିବ ବୋଲି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ଏଥିରେ ସଭାପତି ଅବଦୁଲ୍ ଗନୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ. ଜିଲ୍ଲାରେ ଥିବା ବିଭିନ୍ନ ସମ୍ପ୍ରଦାୟ ଝିଅ ବିଶେଷ କରି ମୁସଲମାନ୍୍, ଖ୍ରୀଷ୍ଟିୟାନ, ସୀଖ୍, ଜୈନ, ବୌଦ୍ଧ ଧର୍ମାବଲମ୍ବୀ ଝିଅମାନଙ୍କର ବିବାହ ହେବା ପାଇଁ ଦେଖାଦେଉଥିବା ଆର୍ôଥକ ଅନାଟନକୁ ଦୂର କରିବା ନିମନ୍ତେ ଏହି ସଂଗଠନ ହାତ ବଢାଇବ । ପ୍ରତି ବିବାହ ପାଇଁ ଜଣପ୍ରତି ୫୦ ହଜାର ଟଙ୍କା ସାହାଯ୍ୟ କରିବ । ବର୍ଷକୁ ୨୦୦ ଝିଅଙ୍କ ବିବାହ ପାଇଁ ବ୍ୟବସ୍ଥା କରାଯିବ । ସେହିପରି ଗରିବଗୁରୁବାମାନଙ୍କୁ ଚିକିତ୍ସା ପାଇଁ ସର୍ବାଧିକ ୨୫ ହଜାର ପର୍ଯ୍ୟନ୍ତ ସାହାଯ୍ୟ କରାଯିବ । ଏପରିକି ତଫସିଲଭୁକ୍ତ ଜାତି ଓ ଉପଜାତିର ଗରିବ ଲୋକମାନଙ୍କୁ ମଧ୍ୟ ଏ କ୍ଷେତ୍ରରେ ସୁବିଧା ଦିଆଯିବ । ସଂଗଠନର ଉପଦେଷ୍ଟା ମାନସ ପାଢୀ କହିଥିଲେ କି, ଭଦ୍ରକ, କେନ୍ଦ୍ରାପଡା ଏବଂ ବାଲେଶ୍ୱର ଜିଲ୍ଲାରେ ବହୁ ଗରିବ ସଂଖ୍ୟାଲଘୁ ପରିବାରର ପୁଅଝିଅମାନଙ୍କୁ ବୈଷୟିକ ତାଲିମ ସହ ସେମାନଙ୍କୁ ଇଂରାଜି ଓ ସାଉଦିଆରବରେ ପ୍ରଚଳିତ ଭାଷାର ଶିକ୍ଷା ଦିଆଯିବ । ଯାହା ଦ୍ୱାରା ସେମାନେ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ରଗୁଡିକରେ ଚାକିରୀ ଓ ବିଭିନ୍ନ କର୍ମ କ୍ଷେତ୍ରରେ ନିଯୁକ୍ତି ପାଇବାର ସୁଯୋଗ ପାଇପାରିବେ । ଏହି ସମ୍ମିଳନୀରେ ସଂଗଠନର ସାଧାରଣ ସମ୍ପାଦକ ମହମ୍ମଦ ୱାହିଦ୍ ଏବଂ କୋଷାଧ୍ୟକ୍ଷ ଅବଦୁଲ ସମଦ ଖାଁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ