ଜିଲ୍ଲା ମିନେରାଲ୍ ଫାଉଣ୍ଡେସନ୍ ଟ୍ରଷ୍ଟ ବୈଠକ
ଛତ୍ରପୁର,(ଦେବଦତ୍ତ ମହାରଣା): ଗଞ୍ଜାମ ଜିଲ୍ଲା ମିନେରାଲ୍ ଫାଉଣ୍ଡେସନ୍ ଟ୍ରଷ୍ଟ ବୈଠକ ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶିନ୍ଦେ ଦତ୍ତାତ୍ରେୟ ଭାଉସାହେବଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନ୍ ଅନୁଦାନ ସୁବିନିଯୋଗ ଏବଂ ଖଣି ଅଞ୍ଚଳର ଲୋକଙ୍କ ପାଇଁ ପ୍ରସ୍ତୁତ ପ୍ରକଳ୍ପ ଗୁଡିକ ଉପରେ ବୈଠକରେ ଆଲୋଚନା ହୋଇଛି । ଏଥିରେ ସ୍ୱାସ୍ଥ୍ୟ, ଶିକ୍ଷା, ଅଙ୍ଗନବାଡି, ପାନୀୟ ଜଳ ତଥା ନିହାତି ଆବଶ୍ୟକ ଥିବା ପ୍ରକଳ୍ପକୁ ଗୁରୁତ୍ୱ ଦିଆଯାଇଛି । ସୁବିଧା ପ୍ରାଧାନ୍ୟ ଦିଆଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ୪ କୋଟି ୫୬ ଲକ୍ଷ ୪୬ ହଜାର ଅନୁଦାନରେ ୩୫ଟି ପ୍ରକଳ୍ପ,ପାନୀୟ ଜଳ କ୍ଷେତ୍ରରେ ୬୭ ଲକ୍ଷ ୫୪ ହଜାର ଅନୁଦାନରେ ୩ଟି ପ୍ରକଳ୍ପ, ଶିକ୍ଷା କ୍ଷେତ୍ରରେ ୩ କୋଟି ୭୮ ଲକ୍ଷ ଅନୁଦାନରେ ୪ଟି ପ୍ରକଳ୍ପ, ୩ କୋଟି ୧୫ ଲକ୍ଷ ଅନୁଦାନରେ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ସମୁଦାୟ ୪୩ ଟି ପ୍ରକଳ୍ପ ନିମନ୍ତେ ୧୨ କୋଟି ୧୭ ଲକ୍ଷ ଟଙ୍କାର ଖସଡା ପ୍ରସ୍ତୁତ କରାଯାଇଥିଲା । ସେଥିମଧ୍ୟରୁ ୨୦ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବା ବେଳେ ବାକି ୨୩ଟି ପ୍ରକଳ୍ପ କାର୍ଯ୍ୟ ନିର୍ମାଣଧୀନ ରହିଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାଏ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର ରଥ ପ୍ରମୁଖ ମଞ୍ଚାସୀନ ଥିଲେ । ସମସ୍ତ କାର୍ଯ୍ୟକୁ ଜିଲ୍ଲା ଯୋଜନା ଓ ସମନ୍ୱୟ କାର୍ଯ୍ୟାଳୟର ଅର୍ଥନୈତିଜ୍ଞ ବିଶ୍ୱ ମୋହନ ଦାଶ ପ୍ରମୁଖ ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।