ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କ କାର୍ଯ୍ୟାଳୟରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ
ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ) ଶୁକ୍ରବାର ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କ କାର୍ଯ୍ୟାଳୟରେ ଥିବା ଆଇ.ଆଇ.ସି ହଲ ଠାରେ ବିଶ୍ୱ ତମାଖୁ ବର୍ଜନ ଦିବସ ୨୦୧୯ ପାଳିତ ହୋଇଯାଇଛି । ଏହି ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ. ବିଜୟ କୁମାର ପାଣିଗ୍ରାହୀ ସଭାପତିତ୍ୱ ଗ୍ରହଣ କରି ତମାଖୁ, ଫୁସଫୁସ ଉପରେ କିପରି କୁପ୍ରଭାବ ପକାଉଛି ଏବଂ ତମାଖୁ ସେବନ କରୁଥିବା ବ୍ୟକ୍ତିମାନେ କିପରି କର୍କଟ ରୋଗର ଶିକାର ହେଉଛନ୍ତି ତାହା ଉପରେ ଆଲୋକପାତ କରିଥିଲେ । ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ସଚେତନତା ପାଇଁ ଏକ ର୍ୟାଲି ଆୟୋଜନ କରାଯାଇଥିଲା । ଜିସ୍ସା ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ . ଆର ଜଗଦିଶ ପଟ୍ଟନାୟକ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବାସହ ଗଞ୍ଜାମ ଜିଲ୍ଲାରେ ଏହା କିଭଳି କାର୍ଯ୍ୟକାରୀ ହେଉଛି ତାହା ଉପରେ ଦୃଷ୍ଟିପାତ କରିଥିଲେ ।