ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଶିକ୍ଷକମାନଙ୍କ ପକ୍ଷରୁ ଶହୀଦଯବାନଙ୍କୁ ଶ୍ରଦ୍ଧାଞ୍ଜଳ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହ କଲସେଂଟରରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ଓ ସ୍ୱାସ୍ଥ୍ୟ କର୍ମଚାରୀମାନେ ଗୁରୁବାର ସାମାଜିକ ଦୂରତା ରକ୍ଷା ପୂର୍ବକ ଭାରତମାଟି ପାଇଁ ସହୀଦ ହୋଇଥିବା ୨୦ଜଣ ଶହୀଦ ଯବାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବଳଦେବ ହାଇସ୍କୁଲର ଶିକ୍ଷକ ପାର୍ଥସାରଥୀ ବେହେରା, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ସନ୍ତୋଷ କୁମାର ବେହେରା ଯବାନଙ୍କ କାର୍ଯ୍ୟ କୁଶଳତା ଓ ଦେଶ ପାଇଁ କରିଥିବା ମହାନ କାର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶେଷରେ ଶିକ୍ଷକ ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ ପରେ ଶ୍ରଦ୍ଧାଞ୍ଜଳି ସଭା ଶେଷ ହୋଇଥିଲା ।