ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ନବୀନ କାର୍ଡ ଯୋଜନା ର ସଚେତନତା ରଥ ଶୁଭାରମ୍ଭ କଲେ ଜିଲ୍ଲାପାଳ
ବାଲେଶ୍ୱର, (ସରୋଜ ପଣ୍ଡା):ମଙ୍ଗଳବାର ଅପରାହ୍ନ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନ ନବୀନ କାର୍ଡ ସଚେତନତା ରଥ କୁ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ଶିନ୍ଦେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।ଏହି ରଥ ସାରା ଜିଲ୍ଲା ପରିଭ୍ରମଣ କରି ନବୀନ କାର୍ଡ ସମ୍ପର୍କରେ ଜନସାଧାରଣ ଙ୍କୁ ସଚେତନତା କରାଇବ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ ମାନେ ଆଗାମୀ ୬ ତାରିଖ ରୁ ୧୬ ତାରିଖ ପର୍ଯ୍ୟନ୍ତ ଅନ ଲାଇନ୍ ମାଧ୍ୟମରେ ଆବେଦନ କରିବା ପାଇଁ ଜିଲ୍ଲାପାଳ କହିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ଦୁଲାଲ ସେନ ଜଗଦେବ,ଡି ପି ଏମ ଅନିଲ ମହାନ୍ତି, ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।