ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗେଟରେ ଲୋକଙ୍କ ଉତ୍ତାପ ପରୀକ୍ଷାକରି ଭିତରକୁ ଛଡାଯାଉଛି
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ) : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମୁଖ୍ୟ ଗେଟ ନିକଟରେ ସବୁ ଲୋକଙ୍କୁ ପରୀକ୍ଷା କରାଯାଇ ଡାକ୍ତରଖାନା ପରିସରକୁ ଛଡାଯାଉଥିବା ଦେଖିବାକୁ ମିଳିଛି । କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳର ମୁଖ୍ୟ ଗେଟରେ ଡାକ୍ତରଖାନାକୁ ପ୍ରବେଶ କରୁଥିବା ପ୍ରତ୍ୟେକ ଲୋକର ଉତ୍ତାପ ଏକ ମେସିନ ସାହାଯ୍ୟରେ ମପାଯିବା ପରେ ଭିତରକୁ ଛଡାଯାଉଛି । ଯଦି ସେହି ମେସିନରେ ନର୍ମାଲ ଉତ୍ତାପ ଠାରୁ କୈାଣସି ଲୋକର ଅଧିକ ଉତ୍ତାପ ଥିବାର ଜଣାପଡେ ତେବେ ସେହି ବ୍ୟକ୍ତିଙ୍କୁ ଭିତରକୁ ଛଡାନଯାଇ ଗେଟ ନିକଟରେ ଖୋଲିଥିବା ଏକ ସ୍ୱତନ୍ତ୍ର ଆଉଟଡୋରରେ ତାର ପରୀକ୍ଷା କରାଯିବାର ବନ୍ଦୋବସ୍ତ କରାଯାଇଥିବା ଡାକ୍ତରଖାନା ସୁତ୍ରରୁ ସୂଚନା ମିଳିଛି ।