ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାଜୁଆଲଟି ବାରଣ୍ଡାରେ ୩ଶବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ଅଭାବନୀୟ ଓ ଦୁଃଖଦ ପରିସ୍ଥିତି ଦେଖିବାକୁ ମିଳିଥିଲା । ଶନିବାର ସକାଳ ପ୍ରାୟ ୯ଟା ସମୟରେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବଗଡା ଗ୍ରାମର କ୍ଷୀରୋଦ କୁମାର ଖଟୁଆଙ୍କ ୧୭ବର୍ଷର ଝିଅ ଆକାଂକ୍ଷା ଖଟୁଆ କୈାଣସି ପାରିବାରିକ କଳହ କାରଣରୁ ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରିବାର ପକ୍ଷରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପାଟକୁରା ଥାନା ଅନ୍ତର୍ଗତ ଜରିଆବାଡ ଗ୍ରାମର ଭଞ୍ଜଲତା ସ୍ୱାଇଁଙ୍କ ଝିଅ ବେଙ୍ଗଲତା ସ୍ୱାଇଁ(୫୦) ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତାଙ୍କୁ ପ୍ରଥମେ ପାଟକୁରା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ମାର୍ଶାଘାଇ ଥାନା ଅନ୍ତର୍ଗତ ଆଠବାଟିଆ ଗ୍ରାମର ରାଜକିଶୋର ବେହେରାଙ୍କ ପୁଅ ତ୍ରିଲୋଚନ ବେହେରାଙ୍କୁ ଗତ ପ୍ରାୟ ୩ବର୍ଷ ତଳେ ପ୍ରେମ ବିବାହ କରି ଶାଶୁଘରେ ରହୁଥିବା ଗୀତାଞ୍ଜଳି ସାହୁ(୩୦)ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଶିଶୁକନ୍ୟାଟିକୁ ଜନ୍ମଦେବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ଗୀତାଞ୍ଜଳିଙ୍କ ସ୍ୱାମୀ ତ୍ରିଲୋଚନ ତାଙ୍କ ପତ୍ନୀଙ୍କର ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ଖବର ପାଇ ତିନୋଟି ଥାନାର ପୋଲିସ ଅଧିକାରୀ ଡାକ୍ତରଖାନାରେ ପହଁଚି ଶବ ବ୍ୟବଛେଦ କରାଇ ସଂପୃକ୍ତ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରିଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ