ଜିଲ୍ଲା ଯାଦବ କଲ୍ୟାଣ କମିଟିର ଦୋଳ ଉତ୍ସବ ଓ ପ୍ରତିଭା ସମ୍ମାନ
କୁଚିଣ୍ଡା,(ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଳକ ଅନ୍ତର୍ଗତ ଯାଦବ ଭବନଠାରେ ରବିବାର ସମ୍ବଲପୁର ଜିଲ୍ଲା ଯାଦବ କଲ୍ୟାଣ କମିଟି ପକ୍ଷରୁ ଦୋଳ ଉତ୍ସବ ଓ ଯାଦବ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ସଭାପତି ବିରଞ୍ଚି ନାରାୟଣ ଦର୍କାଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେ ପ୍ରଥମେ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା।କାର୍ଯ୍ୟକ୍ରମରେ ଯାଦବ ସମାଜ ଉପଦେଷ୍ଟା ଖୁସିରାମ କଉଡି ମୁଖ୍ୟଅତିଥି,ଉପସଭାପତି ମଦନ ମୋହନ ଭଇଁଷା,ସନାତନ ଭଇଁଷା,ସମ୍ପାଦକ ସରୋଜ ପରୁଆ,ମହିଳା ନେତ୍ରୀ ଚିନୁପମା ଭଇଁଷା,ନର୍ମଦା ଦର୍କା,ବ୍ଲକ ସଭାପତି ପରମାନନ୍ଦ ଷଣ୍ଢ,କୁମରମଣି ପରୁଆ, ଏନଏସି ସଭାପତି ସୁରେନ୍ଦ୍ର ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।ଅତିଥିମାନେ ତାଙ୍କ ବକ୍ତବ୍ଯରେ କହିଥିଲେ ଯେ,ଯାଦବ ସମାଜର ଏକ ସ୍ୱତନ୍ତ୍ର ସଂସ୍କୃତି ଓ ପରମ୍ପରା ରହିଛି।ଭଗବାନ ଶ୍ରୀକୃଷ୍ଣଙ୍କ ଦାୟାଦ ଭାବେ ଦୋଳ ପୂର୍ଣ୍ଣିମାକୁ ଯାଦବ ସମାଜ ପ୍ରତିବର୍ଷ ପାଳନ କରୁଥିବା ବେଳେ ସମାଜ ସଂଗଠନକୁ ସୁଦୃଢ କରି ନିଜର ହକ ହାସଲ ପାଇଁ ଲଢେଇ କରିବାକୁ ଆହ୍ୱାନ ଦେଇଥିଲେ।ଏହି ଅବସରରେ ୨୦୨୪ ମାଟ୍ରିକ ପରୀକ୍ଷାରେ ୭୦ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ବର ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ୯ଜଣ ଛାତ୍ରୀଛାତ୍ରଙ୍କୁ ଅତିଥିମାନେ ଯାଦବ ପ୍ରତିଭା ସମ୍ମାନ ପ୍ରଦାନ କରିଥିଲେ।ସାଧାରଣ ସମ୍ପାଦକ ଦେବାନନ୍ଦ କର୍ସେଲ ବାର୍ଷିକ ବିବରଣୀ ପଠନ କରି ସଭାପରିଚାଳନା କରିଥିଲେ।ଯୁବ ସଂଗଠକ ଡୋଳାମଣି ଷଣ୍ଢ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ପରେ ଚାଳନାରେ ଅଧ୍ୟାପକ ରଞ୍ଜନ କୁମାର ଭଇଁଷା,ଲିଙ୍କନ ଦର୍କା,ଶୁଶିଳ ଦର୍କା,ଅଶୋକ ପରୁଆ, ଚୂଡାମଣି ମାକର,ରମେଶ ବାଘ ପ୍ରମୁଖ ସହଯୋଗ କରିଥିଲେ।ଏଥିରେ ବିଭିନ୍ନ ପଞ୍ଚାୟତର ବହୁସଂଖ୍ୟକ ଯାଦବ ମହିଳାପୁରୁଷ ସାମିଲ ହୋଇଥିଲେ।ପରେ ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ଆଧାରିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।