ଜିଲ୍ଲା ଯୁବ ସେବା ମଂଚ ପକ୍ଷରୁ ପାଟକୁରା ଗାନ୍ଧୀ ପୂର୍ବତନ ବିଧାୟକ ରାଜକିଶୋର ନାୟକଙ୍କ ୧୧ ତମ ଶ୍ରାଦ୍ଧ ଦିବସ ପାଳିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ଯୁବ ସେବା ମଂଚ ପକ୍ଷରୁ ସହରସ୍ଥିତ ଖଡିଅଙ୍ଗ ନିଗମାନନ୍ଦ ଗୃହସ୍ଥ ଆଶ୍ରମ ପରିସରରେ ମଂଚର ପ୍ରତିଷ୍ଠାତା ସଂପାଦକ ଗୋପାଳ ଚରଣ ମହାପାତ୍ରଙ୍କ ନେତୃତ୍ୱରେ ପାଟକୁରା ଗାନ୍ଧୀ ପୂର୍ବତନ ବିଧାୟକ ରାଜକିଶୋର ନାୟକଙ୍କ ୧୧ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ୱର୍ଗତ ନାୟକଙ୍କ ‘ଟୋଚିତ୍ରରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା । ଏହି ଶ୍ରାଦ୍ଧ ଦିବସ ଉତ୍ସବରେ ମଂଚର କର୍ମକର୍ତା ଓ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦଙ୍କ ଭକ୍ତବୃନ୍ଦ ଓ ମାଆ ମାନେ ଉପସ୍ଥିତ ଥିଲେ ।