ଜିଲ୍ଲା ଯୋଜନା ଅଧିକାରୀଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ଅନୁଧ୍ୟାନ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣ ବାଡ଼ ପଂଚାୟତରେ ସାଂସଦ ଓ ବିଧାୟକଙ୍କ ପାଣ୍ଠିରୁ ନିର୍ମାଣ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ଆଜି ଜିଲ୍ଲା ଯୋଜନା ଅଧିକାରୀ ଅନୁଧ୍ୟାନ କରିଛନ୍ତି। ୨୦୧୭ମସିହା ଠାରୁ ୨୦୨୧ ମସିହା ଯାଏଁ ସାଂସଦ ଓ ବିଧାୟକଙ୍କ ପାଣ୍ଠିରୁ ଲକ୍ଷଲକ୍ଷ ଟଙ୍କା ବ୍ୟୟ ହୋଇ ନିର୍ମାଣ ହୋଇଥିବା ବିଭିନ୍ନ ପ୍ରକଳ୍ପକୁ ଯୋଜନା ଅଧିକାରୀ ବୁଲି ଦେଖିଥିବାବେଳେ ବିନିଯୋଗ ପ୍ରମାଣପତ୍ର ବାବଦରେ ବିଡ଼ିଓଙ୍କ ଠାରୁ ପଚାରି ବୁଝିଥିଲେ। ଭଣ୍ଡାରିପୋଖରୀ ଥାନା ପରିସରରେ ନିର୍ମାଣ ହୋଇଥିବା ପ୍ରାର୍ଥନା ଗୃହ, କଲ୍ୟାଣ ମଣ୍ଡପ, ବରିଷ୍ଠ ନାଗରିକଙ୍କ ସ୍କୁଲ, ଆଇସିଡିଏସ କର୍ମଚାରୀ ଗୃହ ପ୍ରମୁଖ କାର୍ଯ୍ୟକୁ ଅଧିକାରୀ ମାନେ ବୁଲି ଦେଖିଥିବା ଜଣାଯାଇଛି। ଏହାପରେ ବ୍ଲକ କାର୍ଯ୍ୟାଳୟରେ ଏନେଇ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଅଧିକାରୀ ମାନେ ପ୍ରଶାସନ ସହିତ ଆଲୋଚନା କରିଥିଲେ। ଏଥିରେ ବିଡ଼ିଓ ଦେବଦତ୍ତ ଦାସ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ଦାସଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ