ଜିଲ୍ଲା ର ୫ଟି ବୁଥ ରେ ସାନି ମତଦାନ

ମୟୂରଭଞ୍ଜ, (ଯୁଗାବ୍ଦ ନ୍ୟୁଜ) : ଜିଲ୍ଲା ର ୫ଟି ବୁଥ ରେ ସକାଳ ୭ ଟାରୁ ଆରମ୍ଭ ହୋଇଛି ସାନି ମତଦାନ ପ୍ରକ୍ରିୟା । ଜିଲ୍ଲା ର ୨ଟି ନିର୍ବାଚନ ମଣ୍ଡଳୀ ବାରିପଦା ଓ ବାଙ୍ଗିରିପୋଷି ର ୫ଟି ବୁଥ ରେ ଚାଲିଛି ଏହି ପ୍ରକ୍ରିୟା । ତେବେ ଗତ ୨୯ ତାରିଖ ୪ର୍ଥ ପର୍ଯ୍ୟାୟ ମତଦାନ ଶାନ୍ତି ଶୃଙ୍ଖଳା ର ସହିତ ସମାପ୍ତ ହୋଇଥିଲା । ମାତ୍ର ଏହି ବୁଥ୍ ଗୁଡିକରେ ଯାନ୍ତ୍ରିକ ତୃଟିକୁ ଭି•ି କରି ସ୍ୱଚ୍ଛତା ଆଣିବା ଲକ୍ଷ୍ୟରେ ସାନି ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ଆଜି ବାରିପଦା ନିର୍ବାଚନ ମଣ୍ଡଳୀ ର ୨୬ ନଂ ୱାର୍ଡ ଭୁଗୁଡାକଟା ବୁଥ୍ ନଂ. ୧୬ ରେ ମୋଟ ୧୩୫୪ ଭୋଟରଙ୍କ ମଧ୍ୟରୁ ୬୭୧ ଜଣ ପୁରୁଷ ରହିଥିବା ବେଳେ ୬୮୩ ଜଣ ମହିଳା ଭୋଟର ରହିଛନ୍ତି । ୨୧ ନଂ ୱାର୍ଡ ପୂର୍ଣ୍ଣଚନ୍ଦ୍ରପୁର ବୁଥ୍ ନଂ. ୧୯ରେ ମୋଟ ଭୋଟର ସଂଖ୍ୟା ୧୧୮୧ ଜଣ ଭୋଟର ଙ୍କ ମଧ୍ୟରେ ୬୦୧ ଜଣ ପୁରୁଷ ଏବଂ ୫୭୯ ଜଣ ରହିଛନ୍ତି ମହିଳା ଭୋଟର । ସେହିପରି ବଡସାହି ବ୍ଲକ୍ ର ବୁଥ୍ ନଂ. ୧୬୬ ଖାନୁଆ, ଖୁ•ା ବ୍ଲକ୍ ବିସିପୁର ର ବୁଥ୍ ନଂ. ୨୪୮ ଆଠପଡା ରେ ଆଜି ସକାଳୁ ଚାଲିଛି ସାନି ମତଦାନ । ଏଥିସହିତ ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ର ବୁଥ୍ ନଂ. ୧୦୪ କଖାରୁଶୋଳ ଠାରେ ମଧ୍ୟ ସମାନ ସମୟରେ ସାନି ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ଶାନ୍ତିଶୃଙ୍ଖଳା ର ସହ ଚାଲିଛି । ତେବେ ଯେଉଁ ଆଗ୍ରହ ନେଇ ଭୋଟର ମାନେ ପ୍ରଥମ ଥର ଭୋଟ ପ୍ରକ୍ରିୟାରେ ସାମିଲ ହୋଇଥିଲେ, ପୁଣି ଆଜିର ସାନି ମତଦାନ ପାଇଁ ସେପରି ଉତ୍ସାହ ନଥିବା ସ୍ପଷ୍ଟ ବାରି ହୋଇ ପଡୁଛି ।ଅନ୍ୟପଟେ ପ୍ରବଳ ଗ୍ରୀଷ୍ମପବାହ କୁ ନଜର ରେ ରଖି ପ୍ରଶାସନ ପକ୍ଷରୁ ଭୋଟଗ୍ରହଣ କେନ୍ଦ୍ରରେ ପାନୀୟଜଳ ବ୍ୟବସ୍ଥା କରାଯାଇଛି । ସେହିପରି ଶାନ୍ତିଶୃଙ୍ଖଳା ପାଇଁ ସମସ୍ତ କେନ୍ଦ୍ର ରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଥିବା ବେଳେ ଲମ୍ବା ଲାଇନ ରେ ଠିଆ ହୋଇ ଭୋଟ ଦେବାକୁ ଏକପ୍ରକାର ବିରକ୍ତି ପ୍ରକାଶ କରିଛନ୍ତି ଭୋଟର । ଯେଉଁଥିପାଇଁ ସକାଳ ବେଳା ଭୋଟର ଙ୍କ ଗହଳି ଲାଗିଥିବା ବେଳେ ଝାଞ୍ଜି ଆରମ୍ଭ ପରେ ଭୋଟ ଗ୍ରହଣ କେନ୍ଦ୍ର ରେ ସେପରି ଭିଡ ଦେଖା ଯାଇ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ