ଜିଲ୍ଲା ର ୬୦୮ ପ୍ରକଳ୍ପ ପାଇଁ ୨୬ କୋଟି ୪୮ ଲକ୍ଷ ଟଙ୍କା ମଞ୍ଜୁର

ନିମାପଡ଼ା, (ସନ୍ତୋଷ ଦାଶ):୫ ଟି ସଚିବ ଭି କେ ପାଣ୍ଡିଆନ ଗତ ୧୮ ଓ ୧୯ ତାରିଖ ଦୁଇ ଦିନ ଧରି ପୁରୀ ଜିଲ୍ଲା ର ବିଭିନ୍ନ ନିର୍ବାଚନମଣ୍ଡଳୀ ଗ୍ରସ୍ତ କରିଥିଲେ। ସେହି ସମୟରେ ଲୋକମାନେ ବିଭିନ୍ନ ଦାବିପତ୍ର ତାଙ୍କୁ ପ୍ରଦାନ କରିଥିଲେ। ସେହି ସବୁ ଦାବି ପତ୍ର କୁ ମୂଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରେ ଦାଖଲ କରାଯିବା ପରେ ଜିଲ୍ଳା ର ୬୦୮ ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ସ୍ଵତନ୍ତ୍ର ସହାୟତା ପାଣ୍ଠି ରୁ ୨୬ କୋଟି ୪୮ ଲକ୍ଷ ଟଙ୍କା ମଞ୍ଜୁର କରିଥିବା ଜିଲ୍ଲା ପ୍ରଶାସନ ସୁତ୍ରରୁ ଜଣାପଡିଛି। ପ୍ରମୁଖ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଅସ୍ତରଙ୍ଗ ବ୍ଲକ ଅସ୍ତରଙ୍ଗ ପଞ୍ଚାୟତ ଅଣଚଂପା ଗ୍ରାମ ସ୍ଥିତ ରାମ ମନ୍ଦିର ମରାମତି ପାଇଁ ୯ଲକ୍ଷ ଟଙ୍କା, ଜିଉନ୍ତି ର ଇଶ୍ଵରନାଥ ଶୈବ ପୀଠ ର ଭୋଗମଣ୍ଡପ ପୁନଃଉଦ୍ଧାର ପାଇଁ ୮ ଲକ୍ଷ ଟଙ୍କା, ଉକୁଲେଇ ଠାକୁରାଣୀ ଙ୍କ ମନ୍ଦିର ମରାମତି ଓ ପୁନରୁଦ୍ଧାର ପାଇଁ ୭ ଲକ୍ଷ ଟଙ୍କା, କୋରଣା ପଞ୍ଚାୟତ ପୋଟଳ ଗ୍ରାମ ର ମହିମା ଅଲେଖ ମନ୍ଦିର ମରାମତି ପାଇଁ ୭ ଲକ୍ଷ ଟଙ୍କା, ଗୋପ ବ୍ଲକ ସିରିପୁରଗ୍ରାମ ର ଗୋପାଳଜିୟୁ ମନ୍ଦିର ମରାମତି ପାଇଁ ୭ ଲକ୍ଷ ଟଙ୍କା, କାକଟପୁର ବ୍ଲକ ଲତାହରଣ ଗ୍ରାମ ର ଗ୍ରାମେଶ୍ୱର ମନ୍ଦିର ଭୋଗମଣ୍ଡପ ନିର୍ମାଣ ପାଇଁ ୭ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଏହି ଖବର ଜଣା ପଡ଼ିବା ପରେ ଅସ୍ତରଙ୍ଗ, କାକଟପୁର, ଗୋପ ଅଞ୍ଚଳ ରେ ଖୁସି ର ବାତାବରଣ ସୃଷ୍ଟି ହୋଇଛି। କାକଟପୁର ବିଧାୟକ ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, କାକଟପୁର ବ୍ଲକ ବିଜେଡି ସଭାପତି ପ୍ରାଣକୃଷ୍ଣ ମଲ୍ଲିକ, ଜିଲ୍ଲାପରିଷଦ ସଭ୍ୟା ସଂଯୁକ୍ତା ଦିକ୍ଷୀତ , ଅସ୍ତରଙ୍ଗ ବ୍ଲକ ବିଜେଡି ସଭାପତି କେଦାର ନାଥ ବିଶ୍ବାଳ ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି କେ ପାଣ୍ଡିଆନ୍ ଙ୍କୁ କୃତଜ୍ଞତା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ