ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଆକ୍ରମଣ ଘଟଣା ଦୃଢ ନିନ୍ଦା କରି ପ୍ରତିବାଦ କଲେ ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟର କର୍ମଚାରୀ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଜିଲ୍ଲା ଶିକ୍ଷାଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ଦୃଢ ନିନ୍ଦା କରି ବୁଧବାର ଛତ୍ରପୁର ସ୍ଥିତ ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟର କର୍ମଚାରୀ ମାନେ ହାତରେ ପ୍ଲା କାର୍ଡ ଧରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ସୂଚନା ଥାଉ କି, ମଙ୍ଗଳବାର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ମହିଳା କର୍ମଚାରୀଙ୍କ ସ୍ୱାମୀ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଆକ୍ରମଣ କରିଥିଲେ । ଫଳରେ ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତି ଗୁରୁତର ଭାବେ ଆହାତ ହୋଇଥିଲେ । ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାକୁ ବିରୋଧ କରିବା ସହ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ସରକ୍ଷା ପ୍ରଦାନ କରିବା, ବିଶୃଙ୍ଖଳିତ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ବହିଷ୍କାର କରିବା, ଦୋଷୀଙ୍କୁ ତୁରନ୍ତ ଗିରଫ୍ କରିବା ଭଳି ବିଭିନ୍ନ ଦାବି ନେଇ ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟର କର୍ମଚାରୀ ମାନେ ଶାନ୍ତିପୁର୍ଣ୍ଣ ଭାବେ ପ୍ରତିବାଦକୁ ଓହ୍ଲାଇଛନ୍ତି । ଏହା ସହ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠ।।ନ ଗ୍ରହଣ ନ କରାଗଲେ ଆଗାମୀ ଦିନରେ କାର୍ଯ୍ୟାଳୟରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଲମ ଛାଡ କରାଯିବ ବୋଲି ମଧ୍ୟ ସେମାନେ ସୂଚନା ଦେଇଛନ୍ତି । ଏହି ପ୍ରତିବାଦରେ ସମଗ୍ର ଶିକ୍ଷା ଅଭିଯାନର ନୀଳମାଧବ ସୁନ୍ଦରାୟ, ମଧୁସୁଦନ ପରିଡା, ସରୋଜ ମୋହନ ପାଳ, ସନ୍ତୋଷ କୁମାର ପଣ୍ଡା, ଜ୍ୟୋତି ପ୍ରକାଶ ରଥ, ସାବିତ୍ରିବାଳା ଦାଶ, ତପନ କୁମାର ସାହୁ, ଅଜୟ କୁମାର ପଣ୍ଡା, ଲକ୍ଷ୍ମୀ ଚରଣ ଶତପଥି, ପ୍ରଶାନ୍ତ କୁମାର ବେହେରା, ବିଜୟ କୁମାର ବେହେରା, ସ୍ୱାଗତିକା ପଟ୍ଟନାୟକ, ପିଙ୍କି ପରିଡା, କୁମୁଦ ଚରଣ ପଣ୍ଡା, ପ୍ରଦୀପ କୁମାର ଖଟେଇ, ପ୍ରିୟଙ୍କା ପାଢୀଙ୍କ ସମେତ ବହୁ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।


