ଜିଲ୍ଲା ଶିକ୍ଷାଧୀକାରୀଙ୍କୁ ଶିଶୁ ମଙ୍ଗଳ କମିଟିର ନିର୍ଦ୍ଦେଶ

ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ୍): ସମ୍ପ୍ରତି ବାଲେଶ୍ୱର ଜିଲ୍ଲାରେ ଅନେକ ଇଂରାଜୀ ଓ ଓଡ଼ିଆ ମିଡ଼ିୟମ୍ ବିଦ୍ୟାଳୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରୁ ଆବଶ୍ୟକୀୟ ଅନୁମତି ନ ଆଣି ବେଆଇନ୍ ଭାବେ ଚଳାଉଥିବା ଓ କେତେକ ଆବାସିକ ବିଦ୍ୟାଳୟ କିଶୋର (ଯତ୍ନ, ସୁରକ୍ଷା) ଆଇନ ଅନୁଯାୟୀ ଭିତ୍ତିଭୂମି ନଥିବାର ତଥା କେତେକ ବିଦ୍ୟାଳୟର କର୍ମକର୍ତ୍ତା ବିଭିନ୍ନ ଆଳ ଦେଖାଇ ପିଲାମାନଙ୍କ ପିତାମାତାଙ୍କଠାରୁ ଅଧିକ ଅର୍ଥ ଆଦାୟ କରୁଥିବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଲେଶ୍ୱର ଜିଲ୍ଲାର କେତେ ବିଦ୍ୟାଳୟ ବିଭାଗୀୟ ଅନୁମତି ସହ ଚାଲୁଅଛି ତାହା ଜାଣିବା ପାଇଁ ବାଲେଶ୍ୱର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ପଠାଇ ସମ୍ପୃକ୍ତ ବିଦ୍ୟାଳୟମାନଙ୍କର ତାଲିକା ଅଧ୍ୟକ୍ଷ ମାଗିଛନ୍ତି । ଉକ୍ତ ତଥ୍ୟ ଜାଣିବା ପରେ ବେଆଇନ୍ ଭାବେ ଚାଲିଥିବା ବିଦ୍ୟାଳୟ ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସୂଚନା ଶିଶୁମଙ୍ଗଳ କମିଟିର ଅଧ୍ୟକ୍ଷ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ