ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀଙ୍କ ବିରୋଧରେ ଅଭିଯୋଗ ଭିତ୍ତିହୀନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀ ବିଜ୍ଞାନ କିଶୋର ମହାପାତ୍ରଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ ବୋଲି କେନ୍ଦ୍ରାପଡା ଏନ.ପି.ଏସ. ଶିକ୍ଷକ ସଙ୍ଘ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ଏଭଳି ମିଥ୍ୟା ଅଭିଯୋଗ ଯୋଗୁଁ ଶ୍ରୀ ମହାପାତ୍ର ମାନସିକ ଯନ୍ତ୍ରଣାରେ ରହୁଥିବାରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଥରବା ସଙ୍ଘ ଅଭିଯୋଗ କରିିଛି । ବର୍ତ୍ତମାନ ପରିସ୍ଥିତିରେ ଏହି କାର୍ଯ୍ୟାଳୟରେ କର୍ମଚାରୀଙ୍କ ସଂଖ୍ୟା ବହୁତ କମ ଥିବାରୁ କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ବିଶେଷ ମନ୍ଦ ଉଦେଶ୍ୟ ରଖି କର୍ମଚାରୀମାନଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ଏପରି କାର୍ଯ୍ୟକଳାପରୁ ସେମାନେ ଦୂରେଇ ରହି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଆବଶ୍ୟକ ସୁଯୋଗ ଦିଅନ୍ତୁ ବୋଲି ଏନ.ପି.ଏସ. ଶିକ୍ଷକ ସଙ୍ଘର ନେତା ସୁବ୍ରତ କୁମାର ବରାଳ, ମହେଶ୍ୱର ସାହୁ, ନିର୍ମଳ ସ୍ୱାଇଁ, ପ୍ରଶାନ୍ତ କୁମାର ଦାସ, ଆଶୁତୋଷ ମହାନ୍ତି, ରଞ୍ଜନ କୁମାର ଦାସ, ଗଜେନ୍ଦ୍ର ପ୍ରସାଦ ସେଠୀ, ଶିବ ପ୍ରସାଦ ସାହୁ ପ୍ରମୁଖ ଦାବି କରିଛନ୍ତି ।