ଜିଲ୍ଲା ଶିକ୍ଷା ବିଭାଗର ମାସିକ ସମୀକ୍ଷା ଵୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଶିକ୍ଷା ବିଭାଗର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ  ଜିଲ୍ଲାପାଳ  ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ  ଜିଲ୍ଲାପାଳଙ୍କ  ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଶ କୁମାର ନାୟକ, ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ସମସ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧକ୍ଷ, ଜିଲ୍ଲାର ବିଭିନ୍ନ ବିଦ୍ୟାଳର ଶିକ୍ଷକ ଶିକ୍ଷୟିତ୍ରୀ   ଏବଂ  ନୀତି ଆୟୋଗର  ସହଯୋଗୀ ସଂସ୍ଥା ପିରାମଲ ଫାଉଣ୍ଡେସନର  ପ୍ରତିନିଧି  ଓ ଗାନ୍ଧୀ ଫେଲୋ ଉପସ୍ଥିତ  ରହିଥିଲେ । ଆଜିର ବୈଠକରେ ଜିଲ୍ଲାପାଳ କହିଥିଲେ ଯେ ଚଳିତ ବର୍ଷ ଦଶମ ପରୀକ୍ଷାର ଫଳାଫଳ ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ କିପରୀ ଭଲ ନମ୍ବର ରକିବେ ସେଥିପ୍ରତି ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ କହିଥିଲେ । ସେହିପରି ମାସିକ ଛାତ୍ରଛାତ୍ରୀ ମାନଙ୍କର ପ୍ରତିଦିନ ଉପସ୍ଥାପନା, ପ୍ରଗତି କାର୍ଡ,ମାସିକ ବିବରଣୀ ଇତ୍ୟାଦି ପ୍ରଧାନ ଶିକ୍ଷକ ସମୀକ୍ଷା କରିବେ । ଛାତ୍ରଛାତ୍ରୀ ମାନଙ୍କର ପ୍ରସ୍ତୁତ  ସମସ୍ତ ବିଷୟ ଭିତ୍ତିକ ସଂକ୍ଷିପ୍ତ ଟିପଣୀ, ଡେମୋ ସ୍କୁଲ ଏବଂ ବେକ୍ ଟୁ ସ୍କୁଲ ଯୋଜନା ବିଷୟରେ ଆଲୋଚନା ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ