ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ୧କୋଟି ୩୯ଲକ୍ଷ ୮୪ ହଜାର ୧୮୪ ଟଙ୍କା କୋଭିଡ୍-୧୯ ଫଣ୍ଡକୁ ସହାୟତା

ଛତ୍ରପୁର,(ଓ୍ବାଇଏନ୍ଏସ୍):କରୋନା ମୁକାବିଲା ପାଇଁ ଗଂଜାମ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସହାୟତା ପ୍ରଦାନ କରାଯାଇଛି । ଶନିବାର ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ ଜିଲ୍ଲାରୁ ସଂଗ୍ରହ ହୋଇଥିବା ୧ କୋଟି ୩୯ ଲକ୍ଷ ୮୪ ହଜାର ୧୮୪ ଟଙ୍କା ଚେକ୍ ପ୍ରଦାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସମଗ୍ର ଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜିକା ବିନିତା ସେନାପତି, ରଙ୍ଗେଇଲୁଣ୍ଡା ବିଇଓ ଡ.ପ୍ରଭାତି ମହାପାତ୍ର, ଛତ୍ରପୁର ବିଇଓ ଅବିନାଶ ଶତପଥୀ, ଜୁନିୟର ରେଡ୍କ୍ରସ୍ର ଜିଲ୍ଲା ସଂପାଦକ ଭାଗିରଥୀ ସ୍ୱାଇଁ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ପନଗ ଭୂଷଣ ମାଝୀ, ସିଆରିସିସି ରୀତା ରଥଙ୍କ ସମେତ ଅନ୍ୟାନ୍ୟ ଶିକ୍ଷା ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ