ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜଳ ଛତ୍ର ସେବା ଶିବିର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ନିର୍ଦେଶ କ୍ରମେ ଜିଲ୍ଲାର ଭାରତ ସ୍କାଉଟସ ଏବଂ ଗାଇଡ଼ସ ତରଫରୁ ଓଡିଶା ରାଜ୍ୟ ଭାରତ ସ୍କାଉଟ୍ସ ଏବଂ ଗାଇଡ଼ସଙ୍କ ପରାମର୍ଶ ରେ ବିଭିନ୍ନ ସ୍ଥାନରେ ଜଳ ଛତ୍ର ସେବା ଶିବିର ଆୟୋଜନ କରାଯାଇଛି ଏହି ସେବା ଶିବିରକୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ କୁମାର ନାୟକ ଶୁଭାରମ୍ଭ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଶିକ୍ଷା ଅଧିକାରୀ ଦେବଦାସ ତମରପୁ, ବିଶ୍ୱନାଥ ଭୂୟାଁ, ଆଦିକାନ୍ଧ ଗମାଙ୍ଗ, ନୟନ ମଣ୍ଡଳ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟନାୟକ ଯୋଗ ଦେଇଥିବା ବେଳେ ଖେଳ ଶିକ୍ଷକ ତଥା ସ୍କାଉଟ ମାଷ୍ଟେର ସୁରେନ୍ଦ୍ର ପାତ୍ର,ସୁଦୀପ୍ତ କୁମାର ବେହେରା, କେ. ସନ୍ତୋଷ,ଦିଲେଶ୍ଵର ତୃଣ ପ୍ରମୁଖ ଦହି ଓ ଚଲା ବଣ୍ଟନ କରିଥିଲେ ଏହା ଏକ ମାସ ଧରି ଭିଭିନ୍ନ ସ୍ଥାନ ରେ ଚାଲିବ l


