ଜିଲ୍ଲା ଶିଳ୍ପକେନ୍ଦ୍ରର ନୂତନ କାର୍ଯ୍ୟାଳୟ ଗୃହ ଉଦଘାଟିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ରାଜ୍ୟ ସରକାରଙ୍କ ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଅଧିନସ୍ଥ ତିନିମୁହାଣି ଇଡକୋ ଶିଳ୍ପାଚଂଳ ପରିସର ତଥା ରାମମନ୍ଦିର ନିକଟରେ ଜିଲ୍ଲା ଶିଳ୍ପକେନ୍ଦ୍ରର ନୂତନ କାର୍ଯ୍ୟାଳୟ କରୋନା କଟକଣାର ନୀତି ନିୟମ ଓ ସାମାଜିକ ଦ୍ୱରତା ରକ୍ଷା କରାଯାଇ ଉଦଘାଟିତ ହୋଇଯାଇଛି । ପୂର୍ବରୁ କାର୍ଯ୍ୟାଳୟ ଭଡାଘରେ ଚାଲୁଥିଲା । ୧କୋଟି ୨୬ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୨୦୧୯ମସିହାରେ ଇଡକୋ ଦ୍ୱାରା ସେହି କାର୍ଯ୍ୟାଳୟ ଗୃହରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଆଜି ଶ୍ରୀଗୁଣ୍ଡିଚା ଶୁଭ ଅବସରରେ ସେହି ନୂତନ କାର୍ଯ୍ୟାଳୟ ଗୃହ ଉଦଘାଟିତ ହୋଇଛି । ଅବସରପ୍ରାପ୍ତ ହସ୍ତ ଓ କୁଟୀର ଶିଳ୍ପ ନିର୍ଦେଶକ ପ୍ରାଣକୃଷ୍ଣ ବେହେରା,ଜିଲ୍ଲା ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ ସନ୍ତୋଷ କୁମାର ମିଶ୍ର ଏହି କାର୍ଯ୍ୟାଳୟର ନୂତନ ଗୃହକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପବିକାଶ ଅଧିକାରୀ ଅମୀୟ କୁମାର ବେହେରା, ଦେବାଶିଷ ପ୍ରସାଦ ଜେନା,କୁଳମଣି ବେହେରା,ନିବେଦିତା ସାମଲ, ମୋନାଲିସା ମିଶ୍ର,ଶିଳ୍ପ ପର୍ଯ୍ୟବେକ୍ଷକ ନରେନ୍ଦ୍ରନାଥ ମହାରଣା,ଖଦିବୋର୍ଡ ପର୍ଯ୍ୟବେକ୍ଷକ ନିରଞ୍ଜନ ଦାସ,କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ହୃଷିକେଶ ସାହୁ,ଗୈାତ୍ତମ ଦାସ,ରବିନ ନାୟକଙ୍କ ସମେତ ଜିଲ୍ଲାର କାରିଗର ଓ ଶିଳ୍ପଦ୍ୟୋଗି ପ୍ରମୁଖ ଉପସ୍ଥିତ ଥିଲେ ।