ଜିଲ୍ଲା ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ଯାଜପୁର,: ଶିଶୁ ମାନଙ୍କ ସୁରକ୍ଷା ଓ ଅଧିକାରକୁ ଅକ୍ଷୂର୍ଣ୍ଣ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ମତ ବ୍ୟକ୍ତ କରିଚ୍ଥନ୍ତି । ଶନିବାର ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମିନି ସମ୍ମିଳନୀ ଗୃହରେ ଜିଲ୍ଲା ଶିଶୁ ସୁରକ୍ଷା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲା ପରିଷଦ ସଭାପତି ଶ୍ରୀ ମହାନ୍ତି ଜିଲ୍ଳ୍ାର ବିଭିନ୍ନ ସ୍ଥାନରେ, ବିପଦ ସଂକୁଳ ସ୍ଥାନରେ, ଖଣି ଖାଦାନ ମାନଙ୍କରେ ନିୟମିତ ବ୍ୟବଧାନରେ ଧରପଗଡ କରାଯାଇ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଶିଶୁ ମାନଙ୍କୁ ଊଦ୍ଧାର ଓ ଥଇଥାନ ଆଇନ ଅନୁସାରେ କରାଇବାକୁ ସେ ପରାମର୍ଶ ଦେଇଥିଲେ । କେବଳ ଶିଶୁ ସୁରକ୍ଷା ୟୁନିଟ ଚାହିଁଲେ ଏହାର ନିରାକରଣ ସମ୍ଭବ ନୁହେଁ । ଅନ୍ୟ ସମସ୍ତ ବିଭାଗ ଏଥିରେ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ଯୋଗଦେଇ ଶିଶୁ ସୁରକ୍ଷା, ଶିକ୍ଷା ବିଭାଗ, ଶ୍ରମ ବିଭାଗ, ଜାତୀୟ ଶିଶୁ ଶ୍ରମିକ ନିରାକରଣ ବିଭାଗ ପ୍ରଭୃତି ପରସ୍ପର ମଧ୍ୟରେ ସମନ୍ୱୟ ଓ ସହଯୋଗ ରଖି କାର୍ଯ୍ୟ କଲେ ଶିଶୁ ଶମିକକୁ ଉଦ୍ଧାର ଓ ଥଇଥାନ ସହଜ ହୋଇପାରିବ ବୋଲି କହିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ପ୍ରୋଗ୍ରାମ ଅପିଂସର ମଞ୍ଜୁଳା ରଥ, ସହକାରୀ ଜିଲ୍ଳ୍ାପାଳ ତଥା ଜାତୀୟ ଶିଶୁ ଶ୍ରମିକ ନିରାକରଣ ଅଧିକାରୀ ଉମେଶ ଚନ୍ଦ୍ର ଲେଙ୍କା, ଏ.ଡି.ଏମ୍.ଓ. ଡା. ରୁଦ୍ର ପ୍ରତାପ କର, ଯାଜପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ , ବିଂଝାରପୁର ବ୍ଳ୍କକ ଅଧ୍ୟକ୍ଷ ନନ୍ଦ କିଶୋର ସାମଲ, ଦଶରଥପୁର ବ୍ଳ୍କକ ଅଧ୍ୟକ୍ଷ ସୁଜାତା ସାହୁ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ଅନ୍ୟାନ୍ୟ ବିଭାଗର ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ନିଷ୍ପତ୍ତି ଅନୁସାରେ ଶିଶୁ ସୁରକ୍ଷାର ବିଭିନ୍ନ ନିୟମାବଳୀକୁ ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତି ମାନଙ୍କୁ ପ୍ରେରଣ କରାଯାଇ ନିୟମିତ ବୈଠକ କରାଯାଇ ସଚେତନତା ସୃଷ୍ଟି ପାଇଁ ବ୍ୟାନର, ହୋଡିଂ ଇତ୍ୟାଦି ପ୍ରଦର୍ଶନ କରାଯିବ । ଉଦ୍ଧାର ହେଊଥିବା ପିଲା ମାନଙ୍କ ବୟସ ଅନୁସାରେ ସେମାନଙ୍କୁ ଶିକ୍ଷା, ଧନ୍ଦା ମୂଳକ ତାଲିମ ପ୍ରଦାନ କରାଯାଇ ଦକ୍ଷତା ବୃଦ୍ଧି କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ