ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ହାଟଡ଼ିହି,(ବିକାଶ ବିଶ୍ୱାଳ): ମା ବିଶ୍ୱତାରିଣୀ କଳାକାର ପରିଷଦ ହାଟଡିହି ପକ୍ଷରୁ ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁଙ୍କୁ ତାଙ୍କର ବଦଳି ଅବସରରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପରିଷଦର ସଭାପତି ଅଧିକାରୀ ନାୟକ, କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ନାଥ ମିଶ୍ର, ସାଂସ୍କୃତିକ ସମ୍ପାଦକ କିଶୋର ଚନ୍ଦ୍ର ମହାନ୍ତି ପ୍ରମୁଖ ଶ୍ରୀ ସାହୁଙ୍କୁ ମାନପତ୍ର, ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସଂସ୍କୃତି ଅଧିକାରୀ ଶ୍ରୀ ସାହୁଙ୍କ କାର୍ଯ୍ୟକାଳ ସମୟରେ କେନ୍ଦୁଝର ଜିଲ୍ଲାର କଳାକାର ମାନଙ୍କର ବିବିଧ ଉନ୍ନତି ହେବା ସହିତ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ବହୁ କଳାକାର ଉପକୃତ ହୋଇଥିବା ନେଇ ଶ୍ରୀ ସାହୁଙ୍କ କାର୍ଯ୍ୟଦକ୍ଷତା ଷ୍ପଷ୍ଟ ବାରି ହୋଇ ପଡିଥିଲା । ତାଙ୍କର ବଦଳି କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ଅବସରରେ କଳାକାର ପରିଷଦର ମୁଖ୍ୟ ଉପଦ୍ଦେଷ୍ଟା ରତ୍ନାକର ଦାସ, ଅନନ୍ତ ନାରାୟଣ ପଣ୍ଡା, କୁମୁଦୁନୀ ପଣ୍ଡା, ଶଙ୍କର୍ଶଣ ମିଶ୍ର, ପ୍ରମୋଦ କୁମାର ପଟ୍ଟନାୟକ, ବିଦ୍ୟାଧର କବି, ଶିବ ଚରଣ ବାରିକ ପ୍ରମୁଖ ଉପସ୍ଥିତ ରହି ତାଙ୍କର କାର୍ଯ୍ୟଦକ୍ଷତା ସମ୍ପର୍କରେ ଆଲୋକପାତ କରିବା ସହିତ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ