ଜିଲ୍ଲା ସଡକ ସୁରକ୍ଷା କମିଟିର ବୈଠକ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ସଡକ ଦୁର୍ଘଟଣା ଦ୍ୱାରା କେତକ ମୁତାହତ ହେବା ସହିତ ଅନେକ ଅର୍କମଣ୍ୟ ହେଉଛନ୍ତି । ଏହାଦ୍ୱାରା ପାରିବାରିକ ଦୁରବସ୍ଥା ବଢିବା ସହିତ ସାମାଜିକ ଭାରସାମ୍ୟ ସୃଷ୍ଟି ହେଉଛି । ଏହି ମନୁଷ୍ୟ କୃତ ଅସାବଧାନତା ପାଇଁ ଅଧିକ ଭିନ୍ନକ୍ଷମ ସୃଷ୍ଟି କରିବାରେ ଆମେ ସହାୟକ ହେଉଛୁ । ଦୁର୍ଘଟଣାର ସାମାଜିକ ସମସ୍ୟା କଥା ଚିନ୍ତାକଲେ ଏହା ସଡକ ଦୁର୍ଘଟଣା ଏଡାଇବାରେ କିଛି ମାତ୍ରାରେ ସହାୟକ ହେବ । ସଡକ ସୁରକ୍ଷା କମିଟି ବୈଠକରେ ଅଧ୍ୟକ୍ଷତା କରି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହା ପ୍ରକାଶ କରିଛନ୍ତି । ରାସ୍ତା ଦୁର୍ଘଟଣା ଏଡାଇବା ପାଇଁ ଯାନବାହାନ ଚାଳକ ଏବଂ ଜନସାଧାରଣ ସମସ୍ତଙ୍କ ଦାୟିତ୍ୱ ରହୁବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଗାଇକୁ ଯେଉଁ ମାନେ ପୂଜା କରୁଛନ୍ତି ସେମାନେ ପରବର୍ତ୍ତୀ ସମୟରେ ରାଜପଥ କୁ ଛାଡିଦେଇ ଗାଡି ଦୁର୍ଘଟଣାରେ ଗାଇର ହତାହତକୁ କେଉଁ ପୂଣ୍ୟ ଆକାରରେ ଗ୍ରହଣ କରୁଛନ୍ତି ବୋଲି ଜିଲ୍ଲାପାଳ ପ୍ରଶ୍ନ କରିଛନ୍ତି । ଗଂଜାମ ଜିଲ୍ଲାରେ ସେପ୍ଟେମ୍ବର ମାସରେ ଦୁର୍ଘଟଣା ହ୍ରାସ ପାଇ ୩୫ରେ ପହଚିଂଛି । ଏବର୍ଷ ଜାନୁୟାରୀରେ ଏହା ୮୦ଥିବା ବେଳେ ସେପ୍ଟେମ୍ବର ଅଧା ହ୍ରାସକୁ ଜିଲ୍ଲାପାଳ ଅସ୍ତିକ ସୂଚନା ବୋଲି କହିଛନ୍ତି । ବ୍ରହ୍ମପୁରରେ ଏବେ ଯେପରି ବୁଲା ଗାଇ ଗୋରୁକୁ ଧାରାହୋଇ ଅନ୍ୟତ୍ର ଛଡାଯାଉଛି । ଏହା ଜିଲ୍ଲାର ଅନ୍ୟାନ୍ୟ ଅଂଚଳରେ କାର୍ଯ୍ୟକାରି ହେବ । ଛତ୍ରପୁର, ବ୍ରହ୍ମପୁର ବ୍ୟତିତ ହୁମ୍ମା ଠାରେ ମଧ୍ୟ ଅଣ୍ଡରପାସ ହେବ । ରାଜପଥର ଏପଟ ସେପଟକୁ ଯାତାୟାତ ପାଇଁ ଯେଉଁ ମାନେ ମନଇଛା ବାଟ କରୁଛନ୍ତି ।ତାହା ତୁରନ୍ତ ସ୍ଥାନୀୟ ପୁଲିସକୁ ଜଣାଇବା ପାଇ କୁହାଯାଇଛି । ଲୋକମାନେ ମନ ଇଛା ରାସ୍ତାରେ ହମ୍ପ କଲେ ସ୍ଥାନୀୟ କନିଷ୍ଠ ଯନ୍ତ୍ରୀ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ଯେଉଁ ପେଟ୍ରୋଲ ପମ୍ପ ବିନା ହେଟମେଟ୍ ଯାନକୁ ପେଟ୍ରୋଲ ଦେଉଛନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ରଣ୍ଢା ଛକରେ ଅଣ୍ଡର ପାସ୍ ପାଇଁ ଜିଲ୍ଲାପାଳ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିବେ । ପୁଲିସ ସହାୟତା ନମ୍ବର ୧୦୦ ଅଧିକରୁ ଅଧିକ ସ୍ଥାନରେ ଲେଖିବା ପାଇଁ କୁହାଯାଇଛି । ଟ୍ରକ ଗୁଡିକର ନମ୍ବର ପ୍ଲେଟ ଏବଂ ଡ୍ରାଇଭର ଲାଇସେନ୍ସ କଡାକଡି ଯାଂଚ ହେବ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗଂଜାମ ଆରକ୍ଷୀଅଧିକ୍ଷୀକ ବ୍ରିଜେଶ କୁମାର ରାଏ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି , ଭଂଜନଗର ଉପଜିଲ୍ଲ।।ପଳ ରାଜେନ୍ଦ୍ର କୁମାର ମିଞ୍ଜ୍ , ଉପଆରକ୍ଷୀ ଅଧିକ୍ଷୀକ ରାମକୃଷ୍ଣ ପତି, ଗଂଜାମ ଆରଟିଓ ସଂଜୟ କୁମାର ବିଶ୍ୱାଳ, ଭଂଜନଗର ଆରଟିଓ ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ , ସଡକ ସୁରକ୍ଷା କମିଟିର ସଭ୍ୟ ତଥା ଯୁବ ସାମ୍ବାଦିକ ବସନ୍ତ କୁମାର ମହାରଣା, ଅନୀଲ କୁମାର ପାଢୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।