ଜିଲ୍ଲା ସଡକ ସୁରକ୍ଷା କମିଟିର ବୈଠକ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ବସ୍, ଅଟୋ ରିକ୍ସାରେ ସ୍କୁଲ ପିଲାମାନଙ୍କୁ ନେବା ସମୟରେ ସୁରକ୍ଷା ବ୍ୟବସ୍ଥା ଯାଂଚ କରାଯିବ , ବସର ଛାତ ଉପରେ ବସିବା ମନା, ଡିସେମ୍ବର ପହିଲା ଠାରୁ ଏମଭି ଏକ୍ଟକୁ କଡାକଡି ଭାବେ ପାଲନ କରାଯିବ । ବେନିୟମ ଭାବେ ବସ ରହଣି ମନା, ବସ ର ଫିଟନେସ କୁ କଡାକଡା ଭାବେ ଯାଂଚ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ । ଜାତୀୟ ରାଜପଥ ଓ ଟ୍ରାଫିକ ଅଂଚଳରେ ସିସିଟିଭି ଲଗାଯିବ । ଏହା ଜରିଆରରେ ଆଇନ ଭଙ୍ଗକାରୀଙ୍କ ଚାଲାଣ କଟାଯିବ । ଜାତୀୟ ରାଜପଥ ରେ ଗାଇ ଗୋରୁ ଚଳାଚଳା ନିଷେଧ ହେବ । ମାଲିକମାନେ ଗାଇ ମାଲିକ ମନଇଛା ଛାଡିଦେଉଛନ୍ତି । ଯାଷାଫଳରେ ଗାଇଗୋରୁ ମାନେ ଜାତୀୟରାଜପଥ ଏବଂ ବିଭିନ୍ନ ବସଷ୍ଟାଣ୍ଡ ରହିବା ଦ୍ୱାରା ସଡକ ଦୁର୍ଘଟଣା ଘଟୁଛି । ଜିଲ୍ଲାରେ ଜାନୁୟାରୀ ମାସ ଠାରୁ ଆଜି ସୁଦ୍ଧା୭୭୩ଟି ସଡକ ଦୁର୍ଘଟଣା ରେ ୪୨୪ଜଣ ପ୍ରାଣ ହରାଇଥିବା ଜଣାପଡିଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଏସପି ପିନାକ ମିଶ୍ର, ଗଂଜାମ ଏସପି ବ୍ରିଜେଶ କୁମାର ରାଏ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି , ଭଂଜନଗର ଉପଜିଲ୍ଲ।।ପଳ ରାଜେନ୍ଦ୍ର କୁମାର ମିଞ୍ଜ୍ , ଉପଆରକ୍ଷୀ ଅଧିକ୍ଷୀକ ରାମକୃଷ୍ଣ ପତି, ଗଂଜାମ ଆରଟିଓ ସଂଜୟ କୁମାର ବିଶ୍ୱାଳ, ଏମଭିଆଇ ସମୀର କୁମାର ଦଳାଇ , ସଡକ ସୁରକ୍ଷା କମିଟିର ସଭ୍ୟ ତଥା ଯୁବ ସାମ୍ବାଦିକ ବସନ୍ତ କୁମାର ମହାରଣା, ଅନୀଲ କୁମାର ପାଢୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।