ଜିଲ୍ଲା ସଦର ମହକୁମା ଡାକ୍ତରଖାନାକୁ ଆସିଥିବା ସାନିଟାଇଜର, ମାସ୍କ, ହାଣ୍ଡ ଗ୍ଲୋବସର ତଥ୍ୟ ଦେବାକୁ ନାରାଜ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କୋଭିଡ-୧୯ ପ୍ରରିପେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମା ଡାକ୍ତରଖାନାକୁ କେତେ ପରିମାଣରେ ସାନିଟାଇଜର, ମାସ୍କ ଓ ହାଣ୍ଡ ଗ୍ଲୋବସ ପ୍ରଭୃତି ଆସିଛି ସେ ସମ୍ପର୍କରେ କୈାଣସି ତଥ୍ୟ ପ୍ରଦାନ କରିବାକୁ ମନାକରିଦେଇଛନ୍ତି ଦାୟୀତ୍ୱରେ ଥିବା ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ(ମେଡିକାଲ) ଡା.କିଶୋର କୁମାର ଆଚାର୍ଯ୍ୟ । ଆଳି, ପାଟକୁରା, ରାଜନଗର ପ୍ରଭୃତି କେତେକ ସ୍ଥାନରେ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀମାନେ ଏସବୁ ଜିନିଷ ପାଇନଥିବା ଅଭିଯୋଗ ଆଧାରରେ ପ୍ରଶ୍ନ କରାଯାଇଥିଲେ ମଧ୍ୟ ତାହାର କୈାଣସି ଯଥାଯଥ ଉତ୍ତର ଦେଇନଥିଲେ ଡା. ଆଚାର୍ଯ୍ୟ । ଏସବୁ ବିଷୟରେ ତଥ୍ୟ ଦେବାବୁ ଉପରିସ୍ତ ଅଧିକାରୀଙ୍କ ବାରଣ ରହିଥିବାରୁ ଆମେ ଦେଇପାରିବୁ ନାହିଁ ବୋଲି ସଫେଇ ଦେଇଛନ୍ତି ଡା. ଆଚାର୍ଯ୍ୟ । ଜିଲ୍ଲାକୁ ସାନିଟାଇଜର, ମାସ୍କ ଓ ହାଣ୍ଡ ଗ୍ଲୋବସ କେତେ ପରିମାଣରେ ଆସିଛି ଓ କେଉଁ କେଉଁ ପିଏଚସି ଓ ସିଏଚସିକୁ କେତେ କେତେ ପରିମାଣର ଦିଆଯାଇଛି ଓ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ କେତେ ପରିମାଣରେ ଗଛିତ ରହିଛି ସେ ସମ୍ପର୍କରେ କୈାଣସି ତଥ୍ୟ ପ୍ରଦାନ କରିବାକୁ ମନା କରିଛନ୍ତି ଏଡିଏମ(ମେଡିକାଲ) ଡା. ଆଚାର୍ଯ୍ୟ । ଏସମ୍ପର୍କରେ ତଥ୍ୟ ଜାଣିବାର ଅଧିକାର ଜନସାଧାରଣଙ୍କ ରହିଛି ବୋଲି କହିବା ସତ୍ୱେ କେଉଁ କାରଣ ପାଇଁ ଏସବୁ ତଥ୍ୟ ଲୁଚାଯାଉଛି ତାହା ଜଣାପଡୁ ନାହିଁ । ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ