ଜିଲ୍ଲା ସମିତିସଭ୍ୟ ସଭ୍ୟା ମହାସଂଘର କାର୍ଯ୍ୟକାରିଣୀ ବୈଠକ

ରାଇକିଆ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଠାରେ ଜିଲ୍ଲା ସମିତିସଭ୍ୟ/ସଭ୍ୟା ମହାସଂଘର ୭ମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଡ଼ଡିଙ୍ଗିଆ ସମିତିସଭ୍ୟ ପ୍ରଦୀପ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସଭାପତି ବୈଦ୍ୟନାଥ ବେହେରା ଯୋଗଦେଇଥିଲେ । ଉକ୍ତ ବୈଠକରେ ଜିଲ୍ଲାର ୧୨ ଗୋଟି ବ୍ଲକର ସମସ୍ତ ସମିତିସଭ୍ୟ ସଭ୍ୟା ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ପୂର୍ବରୁ ଓଡିଶା ସରକାରଙ୍କୁ ଦିଆଯାଇଥିବା ୧୨ ଦଫା ଦାବି କୁ ପୂରଣ ନକଲେ ସେପ୍ଟେମ୍ବର ମାସ ୨୨ ତାରିଖ ରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵର ଲୋଏର ପିଏମଜି ଠାରେ ଅନଶନ କରିବା ପାଇଁ ନିଷ୍ପତି ଗ୍ରହଣ କରାଗଲା । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ସୁରଦା ପ୍ରଧାନ , ଯୋନେଶ ଦିଗାଳ, ଭାଗ୍ୟବାନ ବେହେରା ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ କାଳି ପ୍ରସାଦ ମଲିକ, ମୁଖ୍ୟ ଉପଦେଷ୍ଠା ଧବଳେଶ୍ଵର ପାତ୍ର , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଜାନକୀ କହଁର , ସମ୍ପାଦକ ଅଜିତ କୁମାର ସାହୁ , ରାଇକିଆ ଉପାଧ୍ୟକ୍ଷା ରିନା ପ୍ରଧାନ ଯୋଗଦେଇଥିଲେ । ରାଇକିଆ ବ୍ଲକରୁ କ୍ରୀଷ୍ଣାପ୍ରିୟା ପ୍ରଧାନ, ନିରାକାର ଦିଗାଳ , ଜିକୁନ ସାହୁ, ନାରାୟଣ ଦଳେଇ , ପ୍ରମିଳା ନାୟକ, ଝୁନୁମା ପ୍ରଧାନ ଯୋଗଦେଇ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ