ଜିଲ୍ଲା ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକ ଉତ୍ସବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଗୋକୁଳ ଚନ୍ଦ୍ର ସଂଗୀତ ସଦନ ପରିସରରେ କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକ ଉତ୍ସବ ସଭାପତି ଡଃ. ଉପେନ୍ଦ୍ର ନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଉପଦେଷ୍ଟା ଅଧ୍ୟାପକ ଅଜୟ ସାମଲ ସ୍ୱାଗତ ଭାଷଣ ପ୍ରଦାନ ସହ ବିଶ୍ୱରେ ଚାଲିଥିବା ଭୟାବହ ଯୁଦ୍ଧ ପରିବର୍ତ୍ତେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ କରିବାକୁ ମତବ୍ୟକ୍ତ କରିଥିଲେ । ସମ୍ପାଦକ କରୁଣାକର ଦାସ ସମ୍ପାଦକୀୟ ବିବରଣୀ ପାଠ କରି ସଂଗଠନ ପକ୍ଷରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ସଂଗଠନ ସମ୍ପାଦକ ବୈଷ୍ଣବ ଚରଣ ସ୍ୱାଇଁ, ପୂର୍ବତନ କର୍ମକର୍ତ୍ତା ସ୍ୱର୍ଗତ କୃତିବାସ ସ୍ୱାଇଁ, ସ୍ୱର୍ଗତ କୃଷ୍ଣଚନ୍ଦ୍ର ମହାରଣା ଏବଂ କୋଭିଡ୍‌ରେ ପ୍ରାଣ ହରାଇଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ କରିଥିଲେ । ପୈାରପାଳ ସରିତା ସାହୁ ଉତ୍ସବକୁ ଉଦ୍‌ଘାଟନ କରିବା ସହ ଜିଲ୍ଲା କୋଷାଗାର ଅଧିକାରୀ ଅତିଥିଭାବେ ଯୋଗଦେଇ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କ ପେନସନ୍ ଏବଂ ବକେୟା ଦେୟ ସଂପର୍କିତ ସମସ୍ୟା ଜିଲ୍ଲାର ସମସ୍ତ ଟ୍ରେଜେରୀରେ ତ୍ୱରାନ୍ୱିତ କରାଯାଇଛି ବୋଲି ବକ୍ତବ୍ୟ ରଖିଥିଲେ । ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାର ପରିଚାଳକ ସୁରେଶ କୁମାର ପୁଷ୍ଟି, ସହକାରୀ ଶକୁନ୍ତଳା ନାୟକ ଏବଂ ଆଶିଷ କୁମାର ବାରିକ ପେନସନ୍‌ପ୍ରାପ୍ତ କର୍ମଚାରୀଙ୍କ ପାଇଁ ଦିଆଯାଉଥିବା ସୁବିଧା ସୁଯୋଗ ସଂପର୍କରେ ଆଲୋକପାତ କରିଥିଲେ । ସମଗ୍ର ଜିଲ୍ଲାରୁ ଶତାଧିକ ପ୍ରତିନିଧି ଯୋଗଦେଇ ସେମାନଙ୍କର ସମସ୍ୟା ଏବଂ ଜନହିତକର କାର୍ଯ୍ୟରେ ସଂଗଠନ ସଂପୃକ୍ତି ହେବାକୁ ମତାମତ ଦେଇଥିଲେ । ପ୍ରତିନିଧି ସର୍ବଶ୍ରୀ ନିରାକାର ଜେନା, ରାଜକୁମାର ବିଶ୍ୱାଳ, ନିତ୍ୟାନନ୍ଦ ମିଶ୍ର, ରାଧାକାନ୍ତ ଦାସ, ବୈକୁଣ୍ଠନାଥ ସ୍ୱାଇଁ, କିଶୋର କୁମାର କର, ଅଧ୍ୟାପକ ରଘୁନାଥ ଦାସ, ଗୋଲେଖ ଚନ୍ଦ୍ର ମହାଭୋଇ, ଭଗବାନ୍ ପତ୍ରୀ, ଡଃ. ପ୍ରମୋଦ କୁମାର ଦାସ, ଡଃ. ବଳରାମ ଲେଙ୍କା, ଡା. ରମାନାଥ ମହାନ୍ତି, ଅକ୍ଷୟ କୁମାର ନାୟକ, ବୈକୁଣ୍ଠନାଥ ସ୍ୱାଇଁ, ଶ୍ରୀଧର ମହାନ୍ତି, ବିଦ୍ୟୁତ କୁମାର ଖୁଂଟିଆ, ନିମାଇଁ ଚରଣ ମହାନ୍ତି, ଏକାଦଶୀ ମୁଖୀ, ରସାନନ୍ଦ ସ୍ୱାଇଁ, ନିରଞ୍ଜନ ମେକାପ, ପ୍ରହଲ୍ଲାଦ ଲେଙ୍କା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶ୍ରମିକ ସଂଗଠନ ପକ୍ଷରୁ ମୁକ୍ତାର ଖାଁ, ବାବାଜୀ ଧଳ, ଜିତେନ୍ଦ୍ର କୁମାର ବିଶ୍ୱାଳ, ଆଦିକନ୍ଦ ରାଉଳ ପ୍ରମୁଖ ସାମ୍ପ୍ରତିକ ସ୍ଥିତିରେ ଗଣସଂଗଠନର ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ପୂର୍ବତନ ସଭାପତି ମନ୍ମଥ କୁମାର ରାଉତ ଏବଂ ଚିତ୍ରଶିଳ୍ପୀ ସୈାମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ବଳରାମ ସାହୁ, ନୃସିଂହ ଚରଣ ବେହେରା, ନେତ୍ରାନନ୍ଦ କର, ପ୍ରକାଶ ଚନ୍ଦ୍ର ମହାନ୍ତି, ରାଜକିଶୋର ନାୟକ, ନିରଞ୍ଜନ ଖଟୁଆ, ଅମୀୟ ନାୟକ, ଗୈାରାଙ୍ଗ ସାହୁ, ମଧୁସୂଦନ ବାରିକ ପ୍ରମୁଖ ପରିଚାଳନା କରିଥିଲେ । କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ