ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ସମୀକ୍ଷା

ଛତ୍ରପୁର, : ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗୁରୁବାର ଅପରାହ୍ନରେ ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ସହରାଂଚଳ ଗୁଡିକରେ ସଫେଇ କାର୍ଯ୍ୟକୁ ଅଧିକା ଗୁରୁତ୍ୱ ଦେବା ସହିତ ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକୁ ନିର୍ଧାରିତ ସମୟରେ ଶେଷ କରିବା ପାଇଁ ଜିଲ୍ଲାପାଳ କହିଛନ୍ତି । ସମସ୍ତ ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଜ ଅଂଚଳର ପରିମଳ ବ୍ୟବସ୍ଥା ତଦାରଖ ନିମନ୍ତେ ୱାର୍ଡ ପରିଦର୍ଶନ କରିବେ । ଲକ୍ଷ୍ୟ ଧାର୍ଯ୍ୟ ରହିଥିବା ରାଜସ୍ୱ ଆଦାୟ ଉପରେ ଗୁରୁତ୍ୱ ଦେବେ । ପ୍ଲାଷ୍ଟିକ ଓ ପଲିଥିନ୍ ବ୍ୟବହାରକୁ ସଂପୂର୍ଣ୍ଣ ନିଷେଧ କାର୍ଯ୍ୟକୁ କଡାକଡି ଭାବେ ପାଳନ କରାଯିବ । ସମସ୍ତ ସହରାଂଚଳକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଉପରେ ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ତଦାରଖ କରିବା ପାଇଁ କୁହାଯାଇଛି । ଜଳ ଯୋଗାଣ ପାଇପ୍ ଲାଇନ୍ ଲିକେଜ୍ ରହୁଥିବା ସ୍ଥାନ ଗୁଡିକୁ ତୁରନ୍ତ ସଜାଡିବା ପାଇଁ ପଦକ୍ଷେପ ନିଆଯିବ । ସେହିପରି ଆହାର କେନ୍ଦ୍ର ଗୁଡିକ ନିୟମିତ ଭାବରେ ସଫାସୁତରା ରହିବା ସହ ପାନୀୟ ଜଳର ସୁବ୍ୟବସ୍ଥା ରହିବ । ଉନ୍ନତି ଯୋଜନା ଏବଂ ଅନ୍ୟାନ୍ୟ ବିକାଶ ମୂଳକ ଯୋଜନାରେ ପ୍ରକଳ୍ପ କାର୍ଯ୍ୟ ଗୁଡିକୁ ନିର୍ଧାରିତ ସମୟରେ ଶେଷ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏନଏସି ଗୁଡିକରେ ଚାଲୁଥିବା ରାସ୍ତା କାମ ଏବଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ନୀୟମତି କାର୍ଯ୍ୟନିର୍ବାହୀ ଅଧିକାରୀ ତଦାରଖ କରିବେ । ସହରାଞ୍ଚଳରେ ମୁଖ୍ୟ ସମସ୍ୟା ଷ୍ଟ୍ରିଟ୍ ଲାଇଟ୍ ଏବଂ ହାଇମେକ୍ସ ଲାଇଟ୍ ରହିଛି । ଇଏଏସ୍‌ଏଲ୍ ସଂସ୍ଥା ଏହାର ତଦାରଖ ନିମନ୍ତେ ଦାୟିତ୍ୱ ନେଇଥିବା ବେଳେ ତାହାର ସଠିକ୍ ଭାବେ କାର୍ଯ୍ୟ ତୁଲାଇବା ନିମନ୍ତେ ଜିଲ୍ଲାପାଳ କହିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳଙ୍କ ସମେତ ସମସ୍ତ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ