ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଯୁବ ସାମ୍ବାଦିକ ସୁଶାନ୍ତ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା
କୋଦଳା : ବ୍ରହ୍ମପୁର ଠାରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ କୋଦଳାର ଯୁବ ସାମ୍ବାଦିକ ସୁଶାନ୍ତ କୁମାର ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଛି। ବ୍ରହ୍ମପୁର ସ୍ଥିତ ରାଜସ୍ବ ଡାକବଙ୍ଗଳା ଠାରେ ଆୟୋଜିତ ଜିଲ୍ଲା ସାମ୍ବାଦିକ ସଂଘର ଜିଲ୍ଲା ସମ୍ମିଳନୀ ଓ ସମ୍ବର୍ଦ୍ଧନା ସମାରୋହ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ସାମ୍ବାଦିକ ଓ କୃତୀ ବ୍ୟକ୍ତିତ୍ବ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀ ପଟ୍ଟନାୟକ ଜଣେ ନିର୍ଭୀକ ସାମ୍ବାଦିକ ଭାବେ ଅଞ୍ଚଳରେ ବେଶ୍ ଜଣାଶୁଣା ଥିବା ବେଳେ ନିରପେକ୍ଷ ଓ ସଠିକ୍ ତଥ୍ୟ ଅନୁସାରେ ଖବର ପରିବେଷଣ କରୁଥିବାରୁ ତାଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯାଇଛି। ଆୟୋଜିତ କାର୍ୟ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଖଲ୍ଲିିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଅତିରିକ୍ତ ଭିଜିଲାନ୍ସ ଆରକ୍ଷୀ ଅଧିକ୍ଷକ ଶାନ୍ତନୁ ପାଢ଼ୀ, ବରିଷ୍ଠ ଆଇନଜୀବୀ ତଥା ସଂଘର ଉପଦେଷ୍ଟା ସୁଧାଂଶୁ ଶେଖର ସାହୁ, ସଭାପତି ଜୟରାମ ମହାରଣା, ପୂର୍ବତନ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦିଲ୍ଲୀପ ଦାସ, ବରିଷ୍ଠ ସାମ୍ବାଦିକ ଜଗନ୍ ମୋହନ ମହାପାତ୍ର, ବରିଷ୍ଠ ସାମ୍ବାଦିକ ପ୍ରକାଶ ପାଣିଗ୍ରାହୀ, ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ମହାସଚିବ ଦଣ୍ଡପାଣି ମହାପାତ୍ର, ବରିଷ୍ଠ ଆଇନଜୀବୀ ସୁଧାଂଶୁ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ନିରାପତ୍ତା ଉପରେ ମତବ୍ୟକ୍ତ କରିଥିଲେ ।


