ଜିଲ୍ଲା ସାହିତ୍ୟ ସଂସଦ ପକ୍ଷରୁ ଶୀତ ସାହିତ୍ୟ ଆସର

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ସଂସଦର କାର୍ଯ୍ୟକାରି ସଭାପତି କବି କରୁଣାକର ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମ୍ପାଦକ ଶୁଭାଂଶୁ କୁମାର ଦାସ,ଉପସଭାପତି ଆଇନଜୀବି ପ୍ରଦୀପ କୁମାର ଦାଶ,ଜମଧର ସେବା ସମବାୟ ସମିତିର ସଭାପତି କାର୍ତ୍ତିକ ଚରଣ ନାୟକ,ସରକାରୀ ଓକିଲ ସଞ୍ଜୟ କୁମାର ଜେନା,କିଶୋର ପ୍ରଧାନ, କବି ଶରତ କୁମାର ରାଉତ,ତୃପ୍ତିମୟୀ ଜେନା,ଶ୍ରୀଧର କୁମାର ଭୋଳ,ନିରଞ୍ଜନ ପରିଡା,ସତ୍ୟଜିତ ସାହୁ,ଶ୍ରୀଧର କୁମାର ମହାନ୍ତି,ବର୍ଷାରାଣୀ ବରାଳ,ଅଭୟା ମହାନ୍ତି,ନୃସିଂହ ଚରଣ ତ୍ରିପାଠୀ,ଶରତ କୁମାର ଜେନା,ଫକିର ଚରଣ ଓଝା ପ୍ରମୁଖ ଶୀତଋତୁକୁ ନେଇ ପୁରାତନରୁ ଆଧୁନିକ ଯାଏ କିପରି ସାହିତ୍ୟ ରଚନା କରାଯାଇଛି ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ କବି ଅଶୋକ କୁମାର ସାହୁଙ୍କ ସଂଯୋଜନାରେ ଏକ ଶୀତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ କବି ବନ୍ଧୁମାନେ ସ୍ୱରଚିତ କବିତା ପାଠ କରିଥିଲେ । ସ୍ଥଗିତ ଥିବା ଫୋଲଡର କବିତା ସଙ୍କଳନ ପୁନଃ ପ୍ରଚଳନ ନିମନ୍ତେ ନିଷ୍ପତି ଗ୍ରହଣ କରାଯାଇଥିଲା । କଣ୍ଠଶିଳ୍ପୀ ଗୋଲକ କୁମାର ସେଠୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମନୋରଞ୍ଜନ ତ୍ରିପାଠି ପରିଚାଳନା କରିଥିବା ବେଳେ ମନୋଜ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ