ଜିଲ୍ଲା ସାହିତ୍ୟ ସଂସଦ ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ପଟ୍ଟନାୟକଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ସାହିତ୍ୟ ସଂସଦ ପକ୍ଷରୁ ପ୍ରାକ୍ତନ ସାଂସଦ,ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରାଯାଇଛି । ତାଙ୍କ ଦେହାନ୍ତରେ ଓଡିଶାର ଏକ ଅପୁରଣୀୟ କ୍ଷତି ଘଟିଲା । ଏହି ଅବସରରେ ସଂସଦର ସଭାପତି ଡଃ. ବାସୁଦେବ ଦାସ, ସମ୍ପାଦକ ଶୁଭାଂଶୁ କୁମାର ଦାସ, କାର୍ଯ୍ୟକାରୀ ସଭାପତି କରୁଣାକର ଦାସ, ଉପସଭାପତି ପ୍ରଦୀପ କୁମାର ଦାଶ, ରାମକୃଷ୍ଣ ଦାଶ, ହେମନ୍ତ ଜେନା, ସହ ସମ୍ପାଦକ କାର୍ତ୍ତିକ ଚରଣ ନାୟକ, ମନୋଜ କୁମାର ଦାସ ଓ ନୃସିଂହ ଚରଣ ତ୍ରିପାଠୀ ପ୍ରମୁଖ ମିଳିତ ଭାବରେ ଶୋକ ପ୍ରକାଶ କରିଛନ୍ତି । ସୂର୍ଗତ ପଟ୍ଟନାୟକଙ୍କ ସ୍ମୃତିରେ ସଂସଦର ମୁଖପତ୍ର ଦିଗବଳୟର ଏକ ପୃଷ୍ଟା ଉତ୍ସର୍ଗ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ