ଜିଲ୍ଲା ସୂଚନା ଅଧିଲାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ସୂଚନା ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କୁ ଜିଲ୍ଲା ସଂସ୍କୃତି ଭବନ ଠାରେ ଧୂଷୁରୀ ପ୍ରେସ ୟୁନିୟନ ପକ୍ଷରୁ ସୋମବାର ଦିନ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଛି । ଜିଲା ସୂଚନାଧିକାରୀ ଜଣେ ଶାନ୍ତ, ସରଳ ଓ ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ଅବସର ସାରା ଜିଲ୍ଲାର ସାମ୍ବାଦିକ ମାନଙ୍କୁ ବ୍ୟଥିତ କରିଛି ବୋଲି ପ୍ରେସ ୟୁନିୟନର କର୍ମକର୍ତ୍ତା ମାନେ ତାଙ୍କୁ କହିଥିଲେ । ଶ୍ରୀ ନାୟକ ମଧ୍ୟ ଲୁହ ଛଳଛଳ ଆଖିରେ ଭଦ୍ରକ ମାଟିରୁ ବହୁ କଥା ଶିକ୍ଷା କରିଥିବା କହିଥିଲେ । ସାମ୍ବାଦିକ ମାନଙ୍କ ସ୍ନେହ ଓ ମମତାକୁ ସେ ଜୀବନ ସାରା ହୃଦୟ ମଧ୍ୟରେ ସାଇତି ରଖିବେ ବୋଲି ପ୍ରକାଶ କରିଥିଲେ । ପ୍ରେସ ୟୁନିୟନ ସଭାପତି ସନ୍ତୋଷ ଦାସ, ସମ୍ପାଦକ ଦୀପ୍ତି ରଞ୍ଜନ ନାୟକ, କୋଷାଧ୍ଯକ୍ଷ ରତିକାନ୍ତ ନାୟକ , ଉପ ସଭାପତି ସିଦ୍ଧାର୍ଥ ଶଙ୍କର ମିଶ୍ର, ବରିଷ୍ଠ ସାମ୍ବାଦିକ ପ୍ରଭାତ ଦାସ ପ୍ରମୁଖ ଜିଲ୍ଲା ସୂଚନାଧିକାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେଇଥିଲେ ।