ଜିଲ୍ଲା ସୂଚନା ଓ ପ୍ରଯୁକ୍ତି ବିଜ୍ଞାନ ଅଧିକାରୀଙ୍କୁ ବଦଳିକାଳୀନ ସମ୍ବର୍ଦ୍ଧନା
କଟକ, (ଯୁଗାବ୍ଦ ନ୍ୟୁଜ):ଜିଲ୍ଲା ସୂଚନା ଓ ପ୍ରଯୁକ୍ତି ବିଜ୍ଞାନ ଅଧିକାରୀ, ବୈଜ୍ଞାନିକ (ଇ) ଶ୍ରୀମତି ଇତିଶ୍ରୀ ନନ୍ଦ ପଦନ୍ନୋତି ପାଇ ନିର୍ଦ୍ଦେଶିକା ଭାବେ ସୂଚନା ଓ ପ୍ରଯୁକ୍ତି ବିଜ୍ଞାନ କେନ୍ଦ୍ର,ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ, ଭୁବନେଶ୍ୱରକୁ ବଦଳି ହୋଇଛନ୍ତି।ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହଠାରେ ଅଧିକାରୀ, କର୍ମଚାରୀମାନେ ଉପସ୍ଥିତି ରହି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ବଦଳିକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଡ଼ଃ ଦିବ୍ୟାଲୋଚନ ମହାନ୍ତଙ୍କ ସଭାପତିତ୍ବରେ ଏହି ସଭା ଆୟୋଜନ କରାଯାଇ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନେ ଶ୍ରୀମତି ନନ୍ଦଙ୍କ କାର୍ଯ୍ୟଶୈଳି, ତାଙ୍କ ବ୍ୟବହାର, ଆଚରଣ ଏବଂ ବ୍ୟକ୍ତିତ୍ଵ ବିଷୟରେ ଗୁଣଗାନ କରିବା ସହ ଜିଲ୍ଲାରେ ଦୀର୍ଘଦିନ ଧରି ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ କାର୍ଯ୍ୟରତ ରହି ବିଭିନ୍ନ ଉପଲବ୍ଧି ସଂମ୍ପର୍କରେ ଆଲୋକପାତ କରିଥିଲେ।ଜିଲ୍ଲା ୱେବସାଇଟରେ ଉପଯୁକ୍ତ ତଥ୍ଯ ଉପଲବ୍ଧ କରାଇବାରେ ତଥା ନିର୍ବାଚନ ଏବଂ ବାଲିଯାତ୍ରା ସମୟରେ ସୂଚନା ଓଁ ପ୍ରଯୁକ୍ତି କ୍ଷେତ୍ରରେ ତାଙ୍କର କାର୍ଯ୍ଯ ଦକ୍ଷତା ସଂମ୍ପର୍କରେ ମଧ୍ୟ ମତବ୍ୟକ୍ତ କରିଥିଲେ। ଜଣେ ଉଚ୍ଚକୋଟୀର ଯୋଗ ଶିକ୍ଷୟତ୍ରୀ ଭାବେ ନିଜକୁ ପ୍ରତିପାଦିତ କରି ବହୁ ଯୋଗ ପ୍ରଶିକ୍ଷଣ ଶିବିରର ସଫଳ ଆୟୋଜନରେ ନିଜକୁ ସାମିଲ କରିପାରିଛନ୍ତି।
ଶ୍ରୀମତି ନନ୍ଦଙ୍କ ସ୍ଥାନରେ ଶ୍ରୀ ମୃତ୍ୟୁଞ୍ଜୟ ନାୟକ ନୂତନ ଜିଲ୍ଲା ସୂଚନା ଓ ପ୍ରଯୁକ୍ତି ଅଧିକାରୀ ଭାବେ କାର୍ଯ୍ୟରେ ଯୋଗଦେଉଥିବା ନେଇ ତାଙ୍କୁ ଏହି ସଭାରେ ଶୁଭେଛା ମଧ୍ୟ ଜ୍ଞାପନ କରାଯାଇଥିଲା। ଏହି ଅବସରରେ ସମସ୍ତ ଡେପୁଟି କଲେକ୍ଟର, ବିଭାଗୀୟ ଅଧିକାରୀ, ଷ୍ଟାଫ କମିଟି କର୍ମକର୍ତ୍ତା ଓ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତଥିଲେ।