ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଅବସରଗ୍ରହଣ

ଛତ୍ରପୁର, (ଓ୍ବାଇଏନ୍ଏସ୍) : ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ନାରାୟଣ ପ୍ରଧାନ ଙ୍କ ଅବସରଗ୍ରହଣ କରିଛନ୍ତି ।ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିବା ପରେ ଆଜି ତାଙ୍କର ସରକାରୀ କାର୍ଯ୍ୟକାଳ ଶେଷ ହୋଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ମଧ୍ୟ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ନିଜସ୍ବ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ତାଙ୍କର ଦୀର୍ଘ ଦିନର କାର୍ଯ୍ୟକୁ ନେଇ ପ୍ରଶସାଂ କରାଯାଇଥିଲା । ପ୍ରଧାନ ଗଞ୍ଜାମ ଜିଲ୍ଲାକୁ ପ୍ରଥମେ ଗତ ୨୦୧୧ ମସିହାରୁ ୨୦୧୬ ପର୍ଯ୍ୟନ୍ତ କାର୍ଯ୍ୟ କରିବା ପରେ କିଛି ଦିନ ପାଇଁ ଗଜପତି ଜିଲ୍ଲାକୁ ବଦଳୀ ହେବା ପରେ ପୁନଃବାର ୨୦୧୮ ମସିହାରୁ ବର୍ତମାନ ପର୍ଯ୍ୟନ୍ତ ନିଜର କାର୍ଯ୍ୟ ଜାରୀ ରଖିଥିଲେ । ମୁଖ୍ୟତଃ ଗତ ୭-୨-୧୯୮୬ ମସିହାରୁ ସରକାରୀ କାର୍ଯ୍ୟରେ ଯୋଗଦେଇ ୨୦୦୫ ମସିହା ପର୍ଯ୍ୟନ୍ତ ମୁଖ୍ୟ କାର୍ଯ୍ୟାଳୟରେ ନିଜର କାର୍ଯ୍ୟ ସମ୍ପାଦନ କରିଥିଲେ । ପରେ ୨୦୦୫ ରୁ ୨୦୦୭ ପର୍ଯ୍ୟନ୍ତ ନୂଆପଡା ଜିଲ୍ଲାରେ ,୨୦୦୭ ରୁ ୨୦୧୦ ପର‌୍ୟ୍ୟନ୍ତ କନ୍ଧମାଳ, ୨୦୧୦ ରୁ ୨୦୧୧ ପର‌୍ୟ୍ୟନ୍ତ ବୌଦ୍ଧ ଏବଂ ୨୦୧୬ ରୁ ୨୦୧୭ ମସିହା ପର୍ଯ୍ୟନ୍ତ ଗଜପତି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ କରି ଅନେକ ସୁନାମ ଅର୍ଜନ କରିଛନ୍ତି । ଆଜି ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିବା ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମର୍କ ବିଭାଗର ପ୍ରଭାକର ବାରିକ, ଶ୍ୟାମଘନ ପାତ୍ର, ବିଚିତ୍ରା ସେଠୀ, ଶେଖ ରଜାକ ହୋସେନ, ହର ମୋହନ ସସମାଲ, ଜଗନ୍ନାଥ ଘଡେଇ, କିରଣ ପଲେଇ, ଭାଗ୍ୟ ଲଷ୍ମୀ ପାତ୍ର, ମମତା ମହାନ୍ତି, ଜୟନ୍ତୀ ମଲ୍ଲିକ, ପଦ୍ମ ଚରଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।ଅବସର ପରେ ମଧ୍ୟ ନୂତନ ଅଧିକାରୀ ଦାୟିତ୍ବ ଗ୍ରହଣ କରିବା ପର୍ଯ୍ୟନ୍ତ ସେ କୋଭିଡ ୧୯ ପରିଚାଳନ୍ନାରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବେ ବୋଲି କହିଛନ୍ତି ।

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ