ଜିଲ୍ଲା ସ୍ତରରେ ଜନ ଶୁଣାଣୀ ଆରମ୍ଭ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ ସୋମବାର ଜୁଲାଇ ୧ ତାରିଖ ଠାରୁ ଆରମ୍ଭ ହୋଇଯାଇଛି । ନିର୍ବାଚନ ଆଚରଣ ବିଦ୍ଧି ଅପସାରଣ ପରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଆରମ୍ଭ ହୋଇଛି । ବହୁଦିନର ବ୍ୟବଧାନ ପରେ ଜୁଲାଇ ପହିଲାରେ ଆରମ୍ଭ ହୋଇଥିବା ଅଭିଯୋଗ ପ୍ରକୋଷ୍ଠ ଠାରେ ୧୦୨ ଗୋଟି ଶୁଣାଣୀ ହୋଇଯାଇଛି । ତନ୍ମଧ୍ୟରୁ ୯୦ଗୋଟି ବ୍ୟକ୍ତିଗତ ଏବଂ ସାମୁହିକ ୧୨ ଗୋଟି ଜନ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି, ରେଡକ୍ରସ୍, ଜମିଜମା ସମ୍ପର୍କିତ, ରାଜସ୍ବ, ରାସନକାର୍ଡ, ପେନସନ୍ ଜନିତ, ସ୍ବାସ୍ଥ୍ୟ ସମ୍ପର୍କିତ, ଜରୁରୀକାଳୀନ ସମ୍ପର୍କିତ ଭତ୍ତା ଏବଂ ସାମାଜିକ ସୁରକ୍ଷା ଅଧିକାର ବିଭାଗ ପକ୍ଷରୁ ଜଣଙ୍କୁ ୫ ହଜାର ଲେଖାଏଁ ଏହି ଭଳି ପାଞ୍ଚ ଜଣଙ୍କୁ ବିଧବା ଭତ୍ତା ଅନୁମୋଦନ ହୋଇଥିଲା, ଜଣଙ୍କୁ ପାଓ୍ବାର ହୁଇଲ ଚେୟାର, ଉତ୍ତରାଧିକାରୀ ପ୍ରମାଣ ପତ୍ର ଇତ୍ଯାଦି ବିଷୟରେ ଜନଶୁଣାଣୀ ହୋଇଥିଲା । ଚଳିତ ମାସ ପ୍ରଥମ ସୋମବାର ଦିନ ଛତ୍ରପୁର ଜଉଗଡ ସଭାଗୃହ ପ୍ରକୋଷ୍ଠରେ ଏହି ଜନ ଶୁଣାଣୀ ହୋଇଥିବା ବେଳେ ଆସନ୍ତା ତା.୦୮.୦୭.୨୦୨୪ରିଖ ସେମବାର ଦିନ କବିସୂର୍ଯ୍ୟ ନଗର,ତୃତୀୟ ସୋମବାର ତା ୧୫.୦୭.୨୦୨୪ରିଖ ରେ ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ , ଚତୁର୍ଥ ସୋମବାର ତା.୨୨.୦୭.୨୦୨୪ରିଖରେ ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଶେଷ ସୋମବାର ତା.୨୯.୦୭.୨୦୨୪ରିଖ ଦିନ ବେଗୁନିଆପଡା ଠାରେ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡା ଚୂଡାନ୍ତ କରିଛନ୍ତି ।ଏହି ଅଭିଯୋଗ ପ୍ରକୋଷ୍ଠରେ ଜନ ସାଧାରଣ ନିଜର ତଥା ସାମୁହିକ ଅଭିଯୋଗ ଦାଖଲ କରିପାରିବେ ।ଆଜିର ଏହି ଅଭିଯୋଗ ଶୁଣାଣୀରେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା, ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ପ୍ରକଳ୍ପ ନିର୍ଦ୍ଦେଶକ ସହରାଞ୍ଚଳ ଉନ୍ନୟନ ଅଧିକାରୀ ରବୀନ୍ଦ୍ର କୁମାର ପଟେଲ, ସହକାରୀ ଉପଜିଲ୍ଲାପାଳ ପାର୍ଥ ସାରଥୀ ହାଁସଦା, ଏସଡିପିଓ ଗୌରହରୀ ସାହୁ ପ୍ରମୁଖ ମଞ୍ଚାସୀନ ରହି ଲୋକଙ୍କ ଅଭିଯୋଗ ଗୁଡିକର ଶୁଣାଣୀ କରିଥିବା ସ୍ଥଳେ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀଗଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ