ଜିଲ୍ଲା ସ୍ତରିୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ୩୧୯ ଅଭିଯୋଗର ଶୁଣାଣି

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ଜିଲ୍ଲା ସ୍ତରିୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ନୀତି ଶେଖର, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା, ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ପ୍ରମୁଖ ଯୋଗଦେଇ ଜନଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କୁ ସହାୟତା କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାରେ ଗୃହ ଯୋଗାଣ,ରେସନକାର୍ଡ,ରାସ୍ତା ଅବରୋଧ ହଟାଇବା,ଜମିଜମା ମାମଲା ଫଇସଲା,ବାର୍ଦ୍ଧକ୍ୟ ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ପ୍ରଦାନ,ଆର୍ଥିକ ସହାୟତା ପ୍ରଦାନ ପ୍ରଭୃତି ୩୦୧ଟି ବ୍ୟକ୍ତିଗତ ଅଭିଯୋଗ ଆସିଥିବା ବେଳେ ସମୁହ ଅଭିଯୋଗ ମଧ୍ୟରେ ରାସ୍ତା ନିର୍ମାଣ, ପାନୀୟ ଜଳ ଯୋଗାଣ,ତରାଣ୍ଡୋ ଠାରେ ରାସ୍ତା ଅବରୋଧ ହଟାଇବା,କୋରୁଆ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦେବା, ବଡବେତରା ଗ୍ରାମରେ ଫନି ସହାୟତା ଯୋଗାଇଦେବା, ଉଦୟନଗର ଗ୍ରାମରେ ଗୋବରୀ ନଦୀବନ୍ଧକୁ କଂକ୍ରୀଟ କରିବା, ଜଗନ୍ନାଥପୁର-ଭରତପୁର ଗ୍ରାମରେ ଜଳସେଚନ ବ୍ୟବସ୍ଥାର ଆବଶ୍ୟକ ସୁବିଧା କରାଯିବା, ଭ୍ରମରଦିଆପାଟଣା-ଗରାପୁର ୩୫ନମ୍ବର ଆର.ଆଇ.ସର୍କଲରେ ଜମିର କିଷମକୁ ଜାଲିଆତି କରି ବେଆଇନ କୋଠା ନିର୍ମାଣ କରିବା,ବଳଭଦ୍ରପୁର ଗ୍ରାମରେ ପକ୍କାଗୃହ ଯୋଜନାରେ ଗୃହ ଯୋଗାଇଦେବା ସମ୍ପର୍କରେ ୧୮ଟି ଅଭିଯୋଗ ଆସିଥିଲା । ଏହି ଶିବିରରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ ଡିପାର୍ଟ ମେଂଟର ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ