ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

କେନ୍ଦ୍ରାପଡା : ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ ଜିଲ୍ଲା ସ୍ତରୀୟ ଉତ୍ସବ ରବିବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଭାରପ୍ରାପ୍ତ ଜିଲ୍ଲା ସମାଜମଙ୍ଗଳ ଅଧିକାରୀଣୀ ତଥା ରାଜନଗର ସିଡିପିଓ ପୁଷ୍ପଲତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜି କିଭଳି ମହିଳାମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଆର୍ଥିକ ଉପାର୍ଜ୍ଜନକ୍ଷମ ହେବା ସହ ସମାଜକୁ ଉତ୍ତମ ଦିଗଦର୍ଶନ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏହି ଅବସରରେ ଜିଲ୍ଲାରେ ଶ୍ରେଷ୍ଠତା ହାସଲ କରିଥିବା ମମତା ଯୋଜନାର କାର୍ଯ୍ୟକ୍ରମ ସହକାରୀଶୁଭଲକ୍ଷ୍ମୀ ସାମଲଙ୍କୁ ମୋମେଂଟୋ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଉତ୍ତମ କାର୍ଯ୍ୟ କରି ଶ୍ରେଷ୍ଠତ୍ୱ ପ୍ରତିବାଦନ କରିଥିବା ୯ଟି ବ୍ଲକର ୯ଜଣ ଅଙ୍ଗନୱାଡି କର୍ମୀ ଓ ୯ଟି ସ୍ୱୟଂ ସହାୟିକା ଗୋଷ୍ଠିକୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ମମତା ଯୋଜନାର ଜିଲ୍ଲା ସଂଯୋଜକ ମନୋରଞ୍ଜନ ଦାସ,ମିଶନଶକ୍ତିର ଜିଲ୍ଲା ସଂଯୋଜକ କୈଳାସ ଚନ୍ଦ୍ର ସେନାପତି, ଜାତୀୟ ସ୍ୱାସ୍ଥ୍ୟ ମିଶନର ଡେପୁଟୀ ମ୍ୟାନେଜର କୃଷ୍ଣ ଚନ୍ଦ୍ର ଲୋହା, ମାର୍ଶାଘାଇ ମିଶନଶକ୍ତି ବ୍ଲକ ସଂଯୋଜକ ବିକାଶ ମହାନ୍ତି, ପଟ୍ଟାମୁଣ୍ଡାଇ ମିଶନଶକ୍ତିର ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ଧବଳେଶ୍ୱର ମହାରଣାଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକର ସିଡିପିଓ, ସୁପରଭାଇଜରମାନେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆଜି ସକାଳେ ବାହାରି ସହର ପରିକ୍ରମା କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ