ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଏବଂ ସମାଜ ମଙ୍ଗଳ ବିଭାଗ ମିଳିତ ଆନୁକୂଲ୍ୟରେ ଆଜି ବାରିପଦା ସ୍ଥିତ ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇ ଯାଇଛି. ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମର ଦଶ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଜାନୁଆରୀ ୨୨ ତାରିଖରୁ ଆରମ୍ଭ ହୋଇ ଆନ୍ତର୍ଜାତିକ ମହିଳା ଦିବସ ପର୍ଯନ୍ତ ଚାଲୁଅଛି. ଜିଲ୍ଲା ସ୍ତରୀୟ ଏହି କାର୍ଯ୍ୟକ୍ରମରେ ମୟୁରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ମୟୁରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସବିତା ମାଝି , ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ବିଜୟ କୁମାର ଦାସ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଝୁନିଲତା ଭୂୟାଁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତା ମୟୀ ବିଶ୍ୱାଳ, ସମାଜ ମଙ୍ଗଳ ଅଧିକାରିଣୀ ନିହାରିକା ମହାନ୍ତି, ଏଲସିସି ର ଅଧ୍ୟକ୍ଷା ସୁମିତ୍ରା ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ . କାର୍ଯ୍ୟକ୍ରମ ରେ ବାଳିକା ଶିକ୍ଷା, ମହିଳା ସଶକ୍ତି କରଣ ତଥା ନାରୀ ମାନେ କିପରି ଆତ୍ମନିର୍ଭରଶିଳ ହୋଇ ସମାଜରେ ଥିବା ଲିଙ୍ଗ ବୈଷମତା ଦୂର କରି ଏକ ପରିବର୍ତନ ଆଣି ପାରିବେ ସେ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା . କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ବ୍ଲକ ରୁ ଜଣେ ଲେଖାଏ ଅଙ୍ଗନବାଡି କର୍ମୀ ଙ୍କୁ ସମ୍ମାନିତ କରାଯାଇଥିଲା . ସେହିଭଳି ପୋଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବାରୁ ଜଣେ ସିଡିପିଓ, ଦୁଇଜଣ ସୁପରଭାଇଜର, ଚାରିଜଣ ଅଙ୍ଗନବାଡି କର୍ମୀ ଏବଂ ତିନିଜଣ ଅଙ୍ଗନବାଡି ସହାୟିକା ଙ୍କୁ ସମ୍ମାନିତ କରାଯାଇଥିଲା . ଅନ୍ୟ ମାନଙ୍କ ମଧ୍ୟରେ ଆଇସିଡ଼ିଏସ ର ପ୍ରୋଗ୍ରାମ ଅଫିସର ଅଞ୍ଜଳି ଦାସ, ସୁକାନ୍ତି ସେଠି, ମିନତୀ ସାହୁ, ସାଲମଣି ସୋରେନ, ସୁରକ୍ଷା ଅଧିକାରିଣୀ ଜୟଶ୍ରୀ ହୋତା, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଜ୍ୟୋତ୍ସ୍ନା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ. ଆକ୍ସନ ଏଡ଼ ର ଜିଲ୍ଲା ସଂଯୋଜକ ପ୍ରକାଶ କୁମାର ବାରିକ କାଜ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରୋଗ୍ରାମ ଅଫିସର ଅଞ୍ଜଳି ଦାସ ଧନ୍ୟବାଦ ଅର୍ପଣ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ