ଜିଲ୍ଲା ସ୍ତରୀୟ ଉଜ୍ୱଳ ଭାରତ ଉଜ୍ୱଳ ଭବିଷ୍ୟତ ବିଦ୍ୟୁତ ମହୋତ୍ସବ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଭାରତର ସ୍ୱାଧୀନତାର ୭୫ତମ ବର୍ଷ ପାଳନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ “ଆଜାଦୀ କା ଅମୃତ ମହୋତ୍ସବ ” ଅନ୍ତର୍ଗତ ବିଦ୍ୟୁତ ମହୋତ୍ସବ କେନ୍ଦ୍ର ସରକାର ବିଦ୍ୟୁତ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କର ସହଯୋଗିତା ରେ ଗ୍ରାମଣୀ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗାବରା ତିରୁପତି ରାଓ ଯୋଗ ଦେଇ ଗଜପତି ଜିଲ୍ଲାରେ ବିଦ୍ୟୁତ କ୍ଷେତ୍ରରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟର ଉଲ୍ଲେଖ କରିଥିଲେ l ଗଜପତି ଜିଲ୍ଲାର ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଉକ୍ତ କାର୍ଯ୍ୟକ୍ରମରେ ପୌରହିତ୍ୟ କରି ସୌର ଉର୍ଜ୍ଜ୍ୟା ର ଉପଯୋଗୀତା ଏବଂ ଭବିଷ୍ୟତରେ ତାହାର ବହୁଳ ପ୍ରଚଳନ ଉପରେ ଗୁରୁତ୍ୱ ଦେଇ ଥିଲେ l ସମ୍ମାନିତ ଅତିଥି ରୂପେ ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଯୋଗ ଦେଇ ବିଦ୍ୟୁତର ବିଭିନ୍ନ ଉପଯୋଗୀତା ଏବଂ ଉପଲବ୍ଧତା ଉପରେ ନିଜର ମତାମତ ପୋଷଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଓପିଟିସିଏଲ ଡିଜିଏମ ଦାମୋଦର ପ୍ରସାଦ ପାତ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଆନୁକୂଲ୍ୟରେ ବିଦ୍ୟୁତକ୍ଷେତ୍ରରେ ବିଗତ ୮ବର୍ଷରେ ହୋଇଥିବା ଉଲ୍ଲେଖନିୟ ପ୍ରଗତି ଉପରେ ବିସ୍ତାର ରୂପେ ବ୍ରର୍ଣ୍ଣନା କରିଥିଲେ l କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ପାଇଁ ବିଭିନ୍ନ ପ୍ରକାର ସଂସ୍କୃତିକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା l
ବିଦ୍ୟୁତକ୍ଷେତ୍ରର ଉପଲବ୍ଧତାକୁ ଅଡିଓ ଭିଡ଼ିଓ ଭିଜୁଆଲ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ଏନଟିପିସି ସୌଜନ୍ୟରେ ଓ ଓପିଟିସିଏଲ ଏବଂ ଟି ପି ଏସ ଓ ଡି ଏଲ ର ସହଯୋଗୀତାରେ ଆୟୋଜନ କରାଯାଇଥିଲା l ଏହି ଉତ୍ସବର ମୁଖ୍ୟ ଉଦେଶ୍ୟ ହେଲା କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଦ୍ୟୁତ କ୍ଷେତ୍ରରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ଜନସାଧାରଣଙ୍କ ପାଖକୁ ପଞ୍ଚାଇବା ଏବଂ ବିଦ୍ୟୁତର ସଦୁପଯୋଗ ଓ ସୌରଉର୍ଜ୍ଜ୍ୟା ର ସୁଫଳ ଉପରେ ସଚେତନତା ଜାଗ୍ରତ କରିବା l କାର୍ଯ୍ୟକ୍ରମ ଶେଷରେ ବରିଷ୍ଟ ମ୍ୟାନେଜେର ଏନଟିପିସି ରମାକାନ୍ତ ଦାଶ ଆମନ୍ତ୍ରିତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଓପିଟିସିଲ ଏବଂ ଟିପିଏସଓଡିଏଲ କର୍ମଚାରମାନେ ଉପସ୍ଥିତ ଥିଲେ l


