ଜିଲ୍ଲା ସ୍ତରୀୟ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

ବାରିପଦା,(ମୁରାରି ମୋହନ ମହାପାତ୍ର): ମଙ୍ଗବାର ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ସ୍ଥାନୀୟ ସଦଦ୍ଭାବନା ଗୃହ ଠାରେ ଆୟୋଜିତ ହୋଇଯାଇଛି। ଏହି ଦିବସର ସାଧାରଣ ସଭା ପୂର୍ବରୁ, ସକାଳ ୭.୩୦ ମିରେ ଏହି ଅବସରରେ ଏକ ସଚେତନତା ମାରାଥନ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଅମ୍ବିକା ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।ଏହି ଶୋଭାଯାତ୍ରାକୁ ଜିଲ୍ଲାପାଳ ହେମକାନ୍ତ ସୟ ଓ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଦୌଲତ ଚନ୍ଦ୍ରକାର, ଓ ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ। ଏହି ଶୋଭାଯାତ୍ରାରେ ସିଭିଲ ଡିଫେନ୍ସ,ଓଡ୍ରାଫ୍, ଆପଦ ମିତ୍ର, ଅଗ୍ନିଶମ,ସ୍ବେଚ୍ଛାସେବୀ ସ°ଗଠନର ସଦସ୍ୟ, ଏସ ଏଚ ଜି ମାଆ ମାନେ, ଓ ରେଡକ୍ରସ ଛାତ୍ରଛାତ୍ରୀ ଅ°ଶଗ୍ରହଣ କରିଥିଲେ। ଏହି ଅବସରରେ, ଅଗ୍ନିଶମ ବିଭାଗ ଦ୍ୱାରା ଛାତ୍ର ଛାତ୍ରୀଙ୍କୁ ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ବିପର୍ଯ୍ୟୟ ପ୍ରଶମନ ବିଷୟରେ ମକ ଡ୍ରିଲ କରାଯାଇଥିଲା । ସାଧାରଣ ସଭାରେ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ୧୯୯୯ ମହାବାତ୍ୟାର ବିଭୀଷିକା ବର୍ଣ୍ଣନା କରି ଉପସ୍ଥିତ ଜନତାଙ୍କୁ ଆଗାମୀ ଯେ କୌଣସି ବିପର୍ଯ୍ୟୟ ପାଇଁ ସଜାଗ ରହିବାକୁ ଆହ୍ଵାନ ଦେଇଥିଲେ। ଅତି ନିକଟରେ ଆସିଥିବା ବାତ୍ୟା “ଦାନା”ର ସଫଳ ପରିଚାଳନା ପାଇଁ ସେ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ୍ ଜଣାଇଥିଲେ। ସଚେତନତା ହିଁ ସତର୍କତା ର ଚାବିକାଠି, ଆଜି ଓଡିଶା ବିପର୍ଯ୍ୟୟରେ ଦେଶର ପ୍ରମୁଖ ରାଜ୍ୟ ଭାବରେ ପରିଗଣିତ ଏବଂ ଜିରୋ କାଜୁଆଲିଟି ସହ ଜିରୋ ଟଲେରାନ୍ସ ଓଡିଶା ସରକାରଙ୍କ ଆହ୍ଵାନ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ, ବର୍ତ୍ତମାନ ବିପର୍ଯ୍ୟୟ ପ୍ରସ୍ତୁତିରେ ରୂପାନ୍ତରଣ ହୋଇଛି ଏବଂ ଓଡିଶା ମଙ୍ଗଳବାର ବିଶ୍ବରେ ବିପର୍ଯ୍ୟୟ ପ୍ରସ୍ତୁତିରେ ରୋଲମଡେଲ ହୋଇଛି ବୋଲି କହିଥିଲେ। ଜିଲ୍ଲା ସ୍ତରରୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ସମସ୍ତେ ସଜାଗ ଓ ସଚେତନ ରହିଲେ ବିପର୍ଯ୍ୟୟକୁ ପ୍ରତିହତ କରିହେବ ବୋଲି ସେ କହିଥିଲେ । ଓଡିଶା ସରକାରଙ୍କ ଜିରୋ କାଜୁଆଲିଟି ସହ ଜିରୋ ଟଲେରାନ୍ସ ଆମର ପ୍ରଥମ ଲକ୍ଷ୍ୟ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଚନ୍ଦ୍ରକାର ପ୍ରକାଶ କରିଥିଲେ। ବାତ୍ୟା ଦାନା ର ପ୍ରଭାଵ ଜିଲ୍ଲା ପାଇଁ କମ ଥିଲେ ମଧ୍ୟ ଯେଉଁଭଳି ଭାବେ ତାହାର ସଫଳ ପରିଚାଳନା କରଯାଇଛି, ସେ ନେଇ ଜିଲ୍ଲାପାଳ ତଥା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ। ସେ ସମସ୍ତ ବିଭାଗ ଯେପରି ଓଡ୍ରାଫ୍, ଆପଦ ମିତ୍ର, ଅଗ୍ନିଶମ,ସ୍ବେଚ୍ଛାସେବୀ ସ°ଗଠନର ସଦସ୍ୟ ମାନଙ୍କୁ ସେମାନଙ୍କର ସାହସିକତା ପାଇଁ ଧନ୍ୟବାଦ ଜଣାଇଥିଲେ। ସଭାରେ ୧୯୯୯ ମହାବାତ୍ୟା ର କରାଳ ଦୃଶ୍ୟ ସହ ଏହା ପରବର୍ତ୍ତୀ ଜିଲ୍ଲା ରେ ବିପର୍ଯ୍ୟୟ ପ୍ରଶମନ ର ପ୍ରସ୍ତୁତି ଏବଂ ବାତ୍ୟା ଦାନା ର ସୁପରିଚାଳନା ସମ୍ବଳିତ ଏକ କ୍ଷୁଦ୍ର ଚିତ୍ର ପ୍ରଦର୍ଶିତ ହୋଇଥିଲା। ଶେଷରେ ସିଭିଲ ଡିଫେନ୍ସ ଟିମ୍ ର ସଦସ୍ୟ ମାନେ ଆପଦ କାଳୀନ ଜରୁରୀ ସେବା ସମ୍ବନ୍ଧ ରେ ଲାଇଭ ଡେମୋ ଦେଇଥିଲେ।ଜିଲ୍ଲା ଜରୁରୀ ବିଭାଗ ଅଧିକାରୀ ସୁଶ୍ରୀ ଶ୍ରଦ୍ଧା ସୁମନ ସ୍ୱାଗତ ଭାଷଣ ଦେଇଥିବା ବେଳେ, ଡ଼ି.ପି.ଓ ଜଗବନ୍ଧୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଦିବସୀୟ କାର୍ଯ୍ୟକ୍ରମରେ ଜରୁରୀକାଳୀନ ବିଭାଗର ସମସ୍ତ କର୍ମଚାରୀ ଅଂଶଗ୍ରହଣ କରିଥିଲେ ଏବଂ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ