ଜିଲ୍ଲା ସ୍ତରୀୟ ଜନରାଜ୍ୟ ଦିବସ ଉପଲକ୍ଷେ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ଜନରାଜ୍ୟ ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ସ୍ତରରେ ଓଡିଆ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ବିଦ୍ୟାଳୟ, ମଧ୍ୟ ଇରାଜୀ ବିଦ୍ୟାଳୟ,ଉଚ୍ଚ ବିଦ୍ୟାଳୟ ଏବଂ ମହା ବିଦ୍ୟାଳୟ ସ୍ତରରେ ଓଡିଆ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାର ବିଚାରକ ଭାବେ ସଙ୍ଗୀତଜ୍ଞ ଯତୀନ୍ ଦାଶ, ସଙ୍ଗୀତଜ୍ଞ ଡଃ ଚନ୍ଦନ ଗନ୍ତାୟତ ଏବଂ ସଙ୍ଗୀତଜ୍ଞ ଇଂ. ଅଭୟେନ୍ଦୁ ପଟ୍ଟନାୟକ ଯୋଗ ଦେଇଥିଲେ । ଓଡିଆ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତା ପ୍ରାଥମିକ ସ୍ତରରେ ପ୍ରବୀଣ କୁମାର ପଲାଇ କାର୍ମେଲ ସିନିୟର ସେକେଣ୍ଡାରୀ ସ୍କୁଲ, ଛତ୍ରପୁର ପ୍ରଥମ ସ୍ଥାନ, ତନିସା ନାୟକ, ପୁତି ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଛତ୍ରପୁର ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଚିନ୍ମୟୀ ବେହେରା, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରିକାପଲ୍ଲୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ମଧ୍ୟ ଇଂରାଜୀ ସ୍ତରୀୟ ଓଡିଆ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତାରେ ସୋନାଲି ପ୍ରଧାନ, ଓଡିଶା ଆଦର୍ଶ ବିଦ୍ୟାଳୟ ଚମାଖଣ୍ଡି ପ୍ରଥମ ସ୍ଥାନ, ରୋଶନୀ କୁମାରୀ ପତି, ଜ୍ଞାନ ବିକାଶ ଆବାସିକ ବିଦ୍ୟାଳୟ, ଗୋବିନ୍ଦପୁର ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ ନିବେଦୀତା ସ୍ବାଇଁ, କେନ୍ଦ୍ରୀୟ ବିଦ୍ୟାଳୟ ଛତ୍ରପୁର ତୃତୀୟ ସ୍ଥାନ ହାସଲ କରିଛନ୍ତି । ଉଚ୍ଚ ବିଦ୍ୟାଳୟ ସ୍ତରରେ ସାହିଲ କୁମାର ପାତ୍ର, ଜ୍ଞାନ ବିକାଶ ଆବାସିକ ବିଦ୍ୟାଳୟ, ଗୋବିନ୍ଦପୁର ପ୍ରଥମ ସ୍ଥାନ, ପ୍ରିୟଙ୍କା ସାହୁ, ଜ୍ଞାନ ବିକାଶ ଆବାସିକ ବିଦ୍ୟାଳୟ, ଗୋବିନ୍ଦପୁର ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ ଦିବ୍ୟଶ୍ରୀ ମହାପାତ୍ର, କାର୍ମେଲ ସିନିୟର ସେକେଣ୍ଡାରୀ ସ୍କୁଲ ଛତ୍ରପୁର ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ମହା ବିଦ୍ୟାଳୟ ସ୍ତରରେ ଦିପିକା ନାୟକ, ଛତ୍ରପୁର ମହିଳା ଉଚ୍ଚତର ମହାବିଦ୍ୟାଳୟ ପ୍ରଥମ ସ୍ଥାନ, ବି. ରେଶ୍ମା ରେଡ୍ଡୀ ଜ୍ଞାନ ବିକାଶ ଉଚ୍ଚତର ମହାବିଦ୍ୟାଳୟ ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ ସୌମ୍ୟାଶ୍ରୀ ରଥ, ମାଉଣ୍ଟ ଲିଟେରା ଜୀ ସ୍କୁଲ, ଗୋବିନ୍ଦପୁର ଏବଂ ରିଙ୍କି ନାଇକ ଛତ୍ରପୁର ମହିଳା ଉଚ୍ଚତର ମହାବିଦ୍ୟାଳୟ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିଚାଳିତ ହୋଇଥିଲା ।

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ