ଜିଲ୍ଲା ସ୍ତରୀୟ ଡେଙ୍ଗୁ ଏବଂ ଅନ୍ୟାନ୍ୟ ବାହିତ ରୋଗ ନିୟନ୍ତ୍ରଣ ସଂପର୍କିତ ବୈଠକ
ଯାଜପୁର, (ଯୁଗାବ୍ଦ ନ୍ୟୁଜ) :-ବୁଧବାର ପୂର୍ବାହ୍ନରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଡେଙ୍ଗୁ ରୋଗ, ଏହାର ନିୟନ୍ତ୍ରଣ ଓ ସଚେତନତା ଉପରେ ଏକ ଆନ୍ତ କ୍ଷେତ୍ରିୟ ବୈଠକ ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଚ୍ଥି । ଅତିରିକ୍ତ ଜିଲ୍ଳାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଳ୍ିକ ଏହି ବୈଠକରେ ଅଧ୍ୟକ୍ଷତା କରି କହିଲେ ଯେ, ଡେଙ୍ଗୁ ଆମ ରାଜ୍ୟ/ଜିଲ୍ଲାରେ ଏକ ପ୍ରମୁଖ ଜନସ୍ୱାସ୍ଥ୍ୟ ଚିନ୍ତାର ବିଷୟ ପାଲଟିଚ୍ଥି । ଯୋଜନାବଦ୍ଧ ସହରୀକରଣ, ଶିଳ୍ପ/ଖଣି କ୍ଷେତ୍ର ସହିତ ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ହେତୁ ଡେଙ୍ଗୁ ହେବାର ଆଶଙ୍କା ବୃଦ୍ଧି ପାଇଚ୍ଥି । ଡେଙ୍ଗୁ ପାଇଁ କୈାଣସି ନିର୍ଦ୍ଧିଷ୍ଟ ଔଷଧ ନାହିଁ କିମ୍ୱା କୈାଣସି ଟୀକା ମଧ୍ୟ ଉପଲବ୍ଧ ନାହିଁ । ତେଣୁ ପ୍ରତିରୋଧ ହେଉଚ୍ଥି ସର୍ବୋତ୍ତମ ପଦ୍ଧତି, ଯେଉଁଥି ପାଇଁ ବାସସ୍ଥାନ ତଥା ଆଖପାଖରେ ଏଡିସ୍ ମଶା ପ୍ରଜନନ ସ୍ଥାନ ବିଲୋପ କରିବା ଜରୁରୀ ଅଟେ । ତେଣୁ, ଡେଙ୍ଗୁ ଏବଂ ଅନ୍ୟାନ୍ୟ ଭିବିଡି ରୋକିବା ଏବଂ ନିୟନ୍ତ୍ରଣ ଉପରେ ଜିଲ୍ଲା ସ୍ତରୀୟ ଇଣ୍ଟର ସେକ୍ଟରାଲ କନଭର୍ଜେନ୍ସ ବୈଠକର ଆବଶ୍ୟକତା ରହିଚ୍ଥି ବୋଲି ସେ ମତବ୍ୟକ୍ତ କରିଥିଲେ । ବୈଠକ ରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ସୁଧାଂଶୁ ଶେଖର ବଳ ଉପସ୍ଥିତ ସମସ୍ତ କ୍ଷେତ୍ରିୟ ଅଧିକାରୀଙ୍କୁ ସ୍ୱାଗତ କରିବା ସହ ଚଳିତ ବର୍ଷା ଋତୁ ଜୁନ ମାସ ଠାରୁ ସେପ୍ଟେମ୍ୱର ମାସ ମଧ୍ୟରେ ଡେଙ୍ଗୁ ସଂକ୍ରମଣର ଭୟ ଅଧିକ, ଯାହା ଆଗାମୀ ଡିସେମ୍ୱର ପର୍ଯ୍ୟନ୍ତ ବଳବତ୍ତର ରହିବ । ଏଣୁ ଏହାକୁ ଆଖି ଆଗରେ ରଖି ନିଜେ ସଚେତନ ରହି ଅନ୍ୟ ମାନଙ୍କୁ ସଚେତନ କରାଇବା ସହ ଶିଳ୍ପ କାରଖାନା ମାନଙ୍କରୁ ଆସିଥିବା ସ୍ୱାସ୍ଥ୍ୟ ଅଧିକାରୀ ଏବଂ କ୍ଷେତ୍ରିୟ ସ୍ତରରେ କାର୍ଯ୍ୟରତ ଅଧିକାରୀ ମାନଙ୍କୁ ମୂଲ୍ୟବାନ ପରାମର୍ଶ ତଥା ଆକ୍ସନ ପ୍ଳାନ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗର ରାଜ୍ୟ ଏଣ୍ଟୋମୋଲୋଜିଷ୍ଟ ଡା. ଦିପ୍ତି ରଂଜନ ମହାପାତ୍ର ପାୱାର ପଏଣ୍ଟ ମାଧ୍ୟମ ରେ ଆମ ଜିଲ୍ଲାରେ ଡେଙ୍ଗୁର ସ୍ଥିତି. ଏହାର ନିୟନ୍ତ୍ରଣ ଓ ନିରାକରଣ ଦିଗରେ ଅଧିକାରୀ ମାନଙ୍କୁ ସୂଚନା ଦେବା ସହ ଜିଲ୍ଲାରେ ଡେଙ୍ଗୁ ଜନିତ ମୃତ୍ୟୁହାର ଯେପରି ଶୁନ ପ୍ରତିଶତ ରହିବ ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡା. ପି.କେ. ସାହୁ , ଏଡିଭିବିଡି ଡେଙ୍ଗୁ ସଚେତନତା ପାଇଁ ସରକାର ନେଊଥିବା ପଦକ୍ଷେପ ତଥା ଜନ ସଚେତନତା ଉପରେ ଗୁରୁତ୍ୱାରୋପ କରିବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ସମାଜ ମଙ୍ଗଳ , ପରିବହନ, ଶିଳ୍ପ ଖଣିକ୍ଷେତ୍ର ଆଦିର ଅଧିକାରୀ ମାନଙ୍କୁ ଏ ଦିଗରେ ଆକ୍ସନ ପ୍ଳ୍ାନ ପ୍ରସ୍ତୁତ କରି ବିଭାଗକୁ ଜଣାଇବାକୁ ପରାମର୍ଶ ଦେଇଥିଲେ । ଆଜିର ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ଅଧିକାରୀ, କଳିଙ୍ଗ ନଗର ଶିଳ୍ପାଞ୍ଚଳ ଓ ଖଣିକ୍ଷେତ୍ରରୁ ଆସିଥିବା ଜନସ୍ୱାସ୍ଥ୍ୟ ଅଧିକାରୀ, ସ୍ୱେଚ୍ଚ୍ଥାସେବୀ ସଙ୍ଗଠନ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରୟଣ କରିଥିଲେ ।